ବଳଦେବଜିଉ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା: ବଳଦେବଜିଉ ମନ୍ଦିର ଚାରିପାଖରେ ଲାଗୁହେବ ୧୪୪ ଧାରା । ବଳଦେବଜିଉ ମନ୍ଦିର ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା । ଆଜି ରାତି ୯ଟାରୁ କାଲି ରାତି ୯ଟା ପର୍ଯ୍ୟନ୍ତ ଲାଗୁ । ରଥଯାତ୍ରା ପାଇଁ କେବଳ ମନ୍ଦିର ଭିତରେ ନୀତିକାନ୍ତି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆସନ୍ତା କାଲି ଘୋଷ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ମନ୍ଦିର ପରିସରରେ ରଥଯାତ୍ରା କରାଯିବା ସହିତ ବଳଦେବଜୀଉଙ୍କ ନୀତିକାନ୍ତି ସମ୍ପୂଣ୍ଣ କରାଯିବ। ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସେବାୟତ ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ମନ୍ଦିର ଆଖପାଖରେ କୌଣସି ପ୍ରକାର ଭିଡ଼ କରିବା ପାଇଁ କାହାକୁ ସୁଯୋଗ ଦିଆଯିବନି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ