ଆଜି ରାତିରୁ ଟ୍ୱିନ ସିଟିରେ ୧୪୪ ଧାରା ଜାରି

ଭୁବନେଶ୍ୱର:  ନାଇଟ କର୍ଫ୍ଯୁ ସମୟରେ କଟକ ଭୁବନେଶ୍ୱରରେ ଧାରା ୧୪୪  ଜାରି କରାଯାଇଛି । ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବାଳବତ୍ତର ରହିବ । ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ  ୧୪୪ ଧାରା ଲାଗୁ ହେବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ୱିନ ସିଟିରେ ଧାରା ୧୪୪  ଜାରି କରିଛନ୍ତି ।

ତେବେ ଏହି ସମୟରେ ବାହାରେ ବୁଲିବାକୁ କଡା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ଏହାର ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ  ଆଜି ଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ  ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି।

Leave A Reply

Your email address will not be published.

ବ୍ରେକିଂ