ବଲାଙ୍ଗୀରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ,୨ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ବଲାଙ୍ଗିର: ବଲାଙ୍ଗୀରରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ। ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ରିଜର୍ଭ ଜଙ୍ଗଲରେ ଆଜି ଡିଭିଏଫ- ଏସଓପି ପୋଲିସର ମିଳିତ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହିତ ଗୁଳି ବିନିମୟ ହୋଇଛି ।

ସୁରକ୍ଷା କର୍ମୀ  ସର୍ଚ୍ଚ ଅପରେସନ କରିୁଥିବା ଜାଣିବା ପରେ ଫୋର୍ସ ଉପରକୁ ମାଓବାଦୀମାନେ ଫାୟାରିଂ କରିଥିଲେ । ଫୋର୍ସମାନେ ମଧ୍ୟ ପାଲଟା ଆକ୍ରମଣ କରି ଗୁଳି ଚଳାଇଥିଲେ । କିଛି ସମୟ ଗୁଳିବିନିମୟ ପରେ ମାଓମାନେ ଛତ୍ରଭଙ୍ଗ ଦେଇଥିଲେ । ସେଠାରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିଲ । କ୍ୟାମ୍ପରୁ ୨ଟି ବନ୍ଧୁକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ବଲାଙ୍ଗୀର ଏସପି ନୀତିନ କୁସଲକର ଡାଗଡୁ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ,ବଲାଙ୍ଗୀର ଜିଲ୍ଲାରେ ଗତ ୨୦୧୦ ମସିହାରୁ ମାଓବାଦୀଙ୍କ ଗତିବିଧି ବଢିଛି । ମାଓବାଦୀମାନେ  ପୋଲିସ ଇନଫର୍ମର ସନ୍ଦେହରେ ପ୍ରାୟ ୬ଜଣଙ୍କୁ ହତ୍ୟା କରିସାରିଥିବା ବେଳେ ସୁରକ୍ଷାକର୍ମିମାନେ ମଧ୍ୟ ୧୦ଜଣ ମାଓବାଦୀଙ୍କୁ ହତ୍ୟା କରିସାରିଛନ୍ତି । ଏବେ ଏହି ଅଞ୍ଚଳରେ ବଲାଙ୍ଗୀର-ବରଗଡ-ମହାସମୁନ୍ଦ ଡିଭିଜନ ସକ୍ରିୟ ରହିଛି ।

Leave A Reply

Your email address will not be published.

ବ୍ରେକିଂ