ଦୁର୍ନୀତିର ଗନ୍ତାଘର କାଲିମେଳା ତହସିଲ, ଆଉ ଏକ ବରିଷ୍ଠ କିରାଣୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ମାଲକାନଗିରି: ନିଲମ୍ବନ ହେଲେ ବରିଷ୍ଠ କୀରାଣୀ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ନେବା ଘଟଣାର ଭିଡ଼ିଓ ଭାଇରଲ ପରେ ସଂପୃକ୍ତ ବରିଷ୍ଠ କିରାଣୀ ଶଶୀ ଶେଖର ସେଠୀଙ୍କୁ ଜିଲ୍ଲାପାଳ ୱାଇ ବିଜୟ ନିଲମ୍ବନ କରିଛନ୍ତି । ତହସିଲର ବରିଷ୍ଠ କିରାଣୀ ଶଶୀ ଶେଖର ସେଠି କିଛି ହିତାଧିକାରୀଙ୍କ ପଟ୍ଟାକୁ ୱେବସାଇଟ୍ରେ ଅପଲୋଡ କରିବା ପାଇଁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳ ଆଜି ସମ୍ପୁକ୍ତ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ସରକାରୀ ୱେବସାଇଟ୍ରେ ଅପଲୋଡ କରିବା ପାଇଁ ଭେଜେଙ୍ଗଵାଡା ଅଂଚଳର ଜଣେ ବ୍ୟକ୍ତିଙ୍କୁ ଅଫିସରେ କୌଣସି ଏକ ଜିନିଷ କିଣାଯିବ କହି ମୁଖ୍ୟ କିରାଣୀ ଶ୍ରୀ ସେଠୀ ସେହି ବ୍ୟକ୍ତିଙ୍କ ଠାରୁ ଟଂକା ନେଉଥିବା ଭିଡିଓ ଭାଇରାଲ ଦୃଶ୍ୟ ଦେଖିବାକୁ ମିଳିଥିଲା। ।ସେହି ବ୍ୟକ୍ତି ଜଣକ କିରାଣୀଙ୍କୁ ତିନୋଟି କିସ୍ତିରେ ଦେଢ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କିରାଣୀ କିନ୍ତୁ ତୁରନ୍ତ ଏହି ଟଙ୍କା ପ୍ରଦାନ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।
ତେବେ ଗରିବ ଆଦିବାସୀଙ୍କୁ ଓପିଏଲଇ ଆଇନ ଅନୁଯାୟୀ ପଟ୍ଟା ଦେବା ସହ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କର ନିର୍ଦେଶ ରହିଥିଲେ ମଧ୍ୟ ଏହାକୁ ଉଲଙ୍ଘନ କରି ତହସିଲ କାର୍ଯ୍ୟାଳୟର ସରକାରୀ ବାବୁମାନେ କାଲିମେଳା ଅଞ୍ଚଳର ବଡବଡିଆ ବାବୁମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ପଟ୍ଟା ପ୍ରଦାନ କରିଛନ୍ତି।
‘ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ କରି ଜଣେ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଦିବ୍ୟସିଂ ପାଇକରାୟ ନାମକ କିରାଣୀଙ୍କୁ ନିଳମ୍ବିନ କରିଥିଲେ । କାଲିମେଳା ତହସିଲ ରେ ହୋଇଥବା ଦୁର୍ନୀତି ର ତଦନ୍ତ ଚାଲିଛି ତଦନ୍ତରେ ଯେଉଁ ମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜ଼ୀଲ୍ଲାପାଳ ଡାକ୍ତର ୱାଇ ବିଜୟ ପ୍ରକାଶ କରିଛନ୍ତି ।