ପ୍ରମୋଦ ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଦାୟିତ୍ୱ

ଭୁବନେଶ୍ୱର : ୧୯୯୭ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡ. ମେହେର୍ଦ୍ଦା ବର୍ତ୍ତମାନ ରାଜ୍ୟପାଳଙ୍କ ସଚିବ ତଥା କମିଶନର ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଡ. ମେହେର୍ଦ୍ଦାଙ୍କ ନିଯୁକ୍ତି ପରେ ସେ ଆଉ ଏହି ଦାୟିତ୍ୱରେ ରହିବେ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.

ବ୍ରେକିଂ