ଆଇପିଏସ ସତ୍ୟଜିତ ମହାନ୍ତି ହେଲେ ଓପିଏସସି ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ ସତ୍ୟଜିତ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ୬୨ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ମହାନ୍ତିଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ଏବେ ଓପିଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।

ସୂଚନାନୁସାରେ ଆଇପିଏସ୍ ଶ୍ରୀ ମହାନ୍ତି ଚଳିତବର୍ଷ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ।

Leave A Reply

Your email address will not be published.

ବ୍ରେକିଂ