ନୟାପଲ୍ଲୀ ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଓଭର ବ୍ରିଜ ଉପରେ ସିରିଜ ଦୁର୍ଘଟଣା । ଓଭରବ୍ରିଜ୍ ଉପରେ ଲୁହାପଥର ବୋଝେଇ ଟ୍ରକ ସହ ପଛକୁ ପଛ ଅନ୍ୟ ଟ୍ରକ ଧକ୍କା ହୋଇଥିବା ଜଣାପଡିଛି । ତେବେ ଘଟଣାରେ ପଛ ଟ୍ରକର ଡ୍ରାଇଭରର ଗୋଡ଼ ଚାପିହୋଇଥିବାରୁ ସେ ଫସିରହିଥିଲେ । ଦୀର୍ଘ ସମୟ ପରେ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିବା ଜଣାପଡିଛ । ସେପଟେ ରାସ୍ତା ଉପରେ ଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ କ୍ରେନ୍ ସାହାଯ୍ୟରେ ଉଠାଯାଉଛି ।

ଗୁରୁବାର ଦିନ ସକାଳ ସମୟରେ ଗୋଟିଏ ଟ୍ରକ ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିଲା । ପରେ ଆଉ ଏକ ଟ୍ରକ୍ ଆସି ସେହି ଟ୍ରକରେ ଧକ୍କା ହୋଇଥିଲ । ଦୁଇଟି ଟ୍ରକ ଧକ୍କା ହୋଇ ରାସ୍ତାରେ ପଡ଼ିଥିବାବେଳେ ଆଉ ଏକ ଟ୍ରକ ଆସି ଦୁଇଟି ଟ୍ରକରେ ବାଡେଇ ହୋଇଥିଲା । ପଛରେ ଟ୍ରକଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଗାଡିରେ ଡ୍ରାଇଭର ଜଣଙ୍କ ଫସିରହିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇଁ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.

ବ୍ରେକିଂ