ଜୁଲାଇରୁ ଶିଶୁଙ୍କ ଉପରେ ନୋଭାଭାକ୍ସର ଟ୍ରାଏଲ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ହୋଇପାରେ ନୋଭାଭାକ୍ସ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ଟିକା ପିଲାଙ୍କ ଲାଗି ଉତ୍ତମ ପ୍ରତିରୋଧକ ସଞ୍ଜୀବନୀ ହେବା ଆଶା କରାଯାଉଛି । ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ଲାଗି ନୋଭାଭାକ୍ସ ହେବ ଚତୁର୍ଥ ଟିକା ।

 

ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ଇତିମଧ୍ୟରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ପରୀକ୍ଷଣ କରାଯାଇସାରିଛି ।୨ରୁ ୬ ବର୍ଷ ଓ ପରେ ୬ରୁ ୧୨ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବି କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରାଯିବ ।

 

ସେପଟେ ବାୟୋଲୋଜିକାଲ-ଇ’ର ଭ୍ୟାକସିନକୁ ନେଇ ବଢିଛି ଆଶା । ମହାମାରୀ ଭୂତାଣୁ ବିରୋଧରେ ଏହା ଦେଇପାରେ ବଡ ଚେକ୍ । କମ୍ପାନୀ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ ଅତି ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭିଡ ଭୂତାଣୁ ବିରୋଧରେ ଏହି ଟିକା ୯୦ ପ୍ରତିଶତ ପ୍ରତିରୋଧସମ୍ପନ୍ନ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାର ଗଠିତ କୋଭିଡ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଏନ.କେ. ଆରୋରା ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ