ସିକନ୍ଦରାବାଦ୍-ଅଗରତାଲା ବିଶେଷ ଟ୍ରେନ ସେବା ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି 

ଭୁବନେଶ୍ଵର :  ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ହାଓଡ଼ା-ଚେନ୍ନାଇ ଓ ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନିଳୟମ ବିଶେଷ ଟ୍ରେନ ଚଳାଚଳକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏବଂ ସିକନ୍ଦରାବାଦ୍-ଅଗରତାଲା ବିଶେଷ ଟ୍ରେନ ସେବାକୁ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନେଇଛି ।

02543/02544 ହାଓଡ଼ା-ଚେନ୍ନାଇ ସେଣ୍ଟ୍ରାଲ-ହାଓଡ଼ା ବିଶେଷ ତରଂ ହାଓଡ଼ାରୁ ୩ ଜୁଲାଇ ଠାରୁ ପ୍ରତ୍ୟେକ ଶନିବାର ଦିନ ଏବଂ ଚେନ୍ନାଇ ସେଣ୍ଟ୍ରାଲ୍ରୁ ୪ ଜୁଲାଇ ଠାରୁ ପ୍ରତି ରବିବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । 02543/02544 ହାଓଡ଼ା-ସତ୍ୟସାଇ ପ୍ରଶାନ୍ତି ନିଳୟମ-ହାଓଡ଼ା ବିଶେଷ ଟ୍ରେନ ୭ ଜୁଲାଇରୁ ହାଓଡ଼ା ଠାରୁ ପ୍ରତି ବୁଧବାର ଦିନ ଏବଂ ସତ୍ୟସାଇ ପ୍ରଶାନ୍ତି ନିଳୟମ ଠାରୁ ୯ ଜୁଲାଇ ଠାରୁ ପ୍ରତି ଶୁକ୍ରବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

07030/07029 ସିକନ୍ଦରାବାଦ୍-ଅଗରତାଲା-ସିକନ୍ଦରାବାଦ୍ ବିଶେଷ ଟ୍ରେନ ପ୍ରତ୍ୟେକ ସୋମବାର ଦିନ ସିକନ୍ଦରାବାଦ୍ରୁ ୧୨  ଜୁଲାଇ ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଅଗରତାଲାରୁ ୧୬ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଚଳାଚଳ କରିବ ।  ଏହି ଟ୍ରେନ ପାଇଁ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀ ଓ ରହଣି ଠାରେ କୌଣସି ପରିବର୍ତ୍ତନ ହେବନାହିଁ ।

Leave A Reply

Your email address will not be published.

ବ୍ରେକିଂ