ରାସ୍ତା ତିଆରିକୁ ନେଇ ଦୁଇ ପରିବାର ମଧ୍ୟରେ ହାତାହାତି , ୭ ଆହତ

ଭଦ୍ରକ : ରାସ୍ତା ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ଭଦ୍ରକ ଜିଲ୍ଲା ବାସୁଦେବପୁରର ଆନ୍ଦୋଳା ପଞ୍ଚାୟତ କାଶିପୁର ଗାଁର ଦେଖିବାକୁ ମିଳିଛି ଏଭଳି ଘଟଣା ।  ସମସ୍ତ ଗୁରୁତର ଆହାତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କାଶିପୁର ଗାଁର ଶଙ୍କର୍ଷଣ ରାଉଳ ନିଜ ଘରକୁ ଯିବରା ପାଇଁ ଏକ ରାସ୍ତା ତିଆରି କରିଥିଲେ । କିନ୍ତୁ ଏହି ରାସ୍ତା ସୁରେଶଙ୍କ ଜମିକୁ ଲଗାଇ ତିଆରି କରିଥିଲେ । ତେବେ ଏହା ଜାଣିବା ପରେ  ଶଙ୍କର୍ଷଣଙ୍କ ପରିବାରକୁ ପଚାରିଥିଲେ  ସୁରେଶ । ଫଳରେ ଏହାକୁ କେନ୍ଦ୍ର କରି ଦୁଇ ପରିବାରଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ପରେ ଏହା ଉଗ୍ର ରୂପ ଧାରଣ ହୋଇଥିଲା । ଫଳରେ ଶଙ୍କର୍ଷଣଙ୍କ ପରିବାର ଲୋକେ ମାରଣାସ୍ତ୍ରରେ ସୁରେଶଙ୍କୁ ଆକ୍ରମଣ କରିଥିଲେ । ତେବେ ସୁରେଶଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜନ, ସମୀର,କରୁଣାକର,ରତିକାନ୍ତ ଆକ୍ରମଣ ଶିକାର ହୋଇଥିଲେ । ଫଳରେ ରଞ୍ଜନକୁ ତେଣ୍ଟା ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ