ପୁରୀ : ଏଣିକି ଦୈନିକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ୧୫ରୁ ୧୭ ହଜାର ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କୋଭିଡ୍ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭକ୍ତଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ନିହାତି ଆବଶ୍ୟକ।
ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି।ଆସନ୍ତା ୩ ତାରିଖରୁ ସାଧାରଣ ଲୋକେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ।
ପୂର୍ବରୁ ଜାରି ହୋଇଥିବା ନିୟମ ମୁତାବକ, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସେବାୟତଙ୍କୁ ଅନୁମତି ମିଳିଥିଲା। ପରବର୍ତ୍ତୀ ସମୟରେ ପୁରୀ ପ୍ରଶାସନର ନିଷ୍ପତ୍ତି କ୍ରମେ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ୱାର୍ଡୱାରୀ ତାଲିକା ପ୍ରସ୍ତୁତ ହୋଇଥିଲା। ସେହି ଅନୁସାରେ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା।