ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ ୬ ଗିରଫ

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କୁ ଯୌନ ଶୋଷଣ ଘଟଣା ।  ରାଜଧାନୀର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ସମେତ  ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଏସ୍‌ଏସ୍‌ଓ ସଂଗ୍ରାମ ଦାସ, କଟକର ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ ଅଛନ୍ତି ।  ସେହିପରି ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀକୁ ମଧ୍ୟ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ତାଲିମ୍ କେନ୍ଦ୍ରକୁ ଆସୁଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ଜୋର ଜବରଦସ୍ତ ସଂସ୍ଥାର ସଂପାଦକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ପୀଡିତା ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସଂସ୍ଥାର ପ୍ରଶିକ୍ଷକ ମଧୁମଞ୍ଜରୀଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିଲା ।

ପରେ ଏହି ଘଟଣାରେ ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଏୟାରପୋର୍ଟ ଥାନା ପୋଲିସ ଗିରଫ କରିଥିଲା । ଅନ୍ୟପକ୍ଷରେ, ମାମଲା ପରେ ଫେରାର ଥିବା  ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଅରମ୍ଭ କରିଥିଲା ।

Leave A Reply

Your email address will not be published.

ବ୍ରେକିଂ