କଟକରେ ସେକ୍ସ ରାକେଟ ଠାବ ,୩ ଅଟକ

କଟକ: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଲକ୍‌ଡାଉନ୍‌ ଓ ସଟଡାଉନ ଜାରି ରହିଛି । ତେଣୁ ଜରୁରୀ ନଥିଲେ ଘରୁ ପଦାକୁ ନବାହାରିବା ପାଇଁ କହିଛନ୍ତି  ସରକାର। ଏପରି ସମୟରେ ହୋଟେଲ୍‌ରେ ଚାଲୁଥିଲା ସେକ୍ସରାକେଟ। ଏଭଳି ଅଭିଯୋଗ ଆସିଛି କଟକରୁ । ତେବେ ସେକ୍ସ ରାକେଟ ଉପରେ ପୋଲିସ ଚଢାଉ କରି ତିନି ଜଣଙ୍କୁ ଅଟକ ରଖିଛି ।

ପିଲିଗ୍ରୀମ୍‌ ରୋଡ୍‌ରେ ଥିବା ଏକ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ । କୌଣସି ସୂତ୍ରରୁ ଖବର ପାଇ ମାଲଗୋଦାମ ଥାନା ପୁଲିସ ଅଚାନକ ହୋଟେଲ୍‌ ଉପରେ ଚଢଉ କରି ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି । ସେହିପରି ମହିଳା କିଙ୍ଗପିନ ସହ ଦୁଇ ହୋଟେଲ କର୍ମଚାରୀ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.

ବ୍ରେକିଂ