ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଗିରଫ ।  ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ସମ୍ପୃକ୍ତି ନେଇ ମୁମ୍ବାଇ ପୋଲିସ୍‌ ଗତକାଲି ତାଙ୍କୁ ଗିରଫ କରିଛି । ସେ ଏସବୁର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୋଲିସ୍‌ କହିଛି। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବା ମଧ୍ୟ କହିଛି ପୋଲିସ୍‌ ।

ପର୍ଣ୍ଣୋଗ୍ରାଫିକ ଫିଲ୍ମ ତିଆରି କରାଯାଇ ଏସବୁକୁ କିଛି ଆପ୍‌ରେ ଅପଲୋଡ଼ କରାଯାଇଥିଲା । ଏହାକୁ ନେଇ ଚଳିତ ବର୍ଷ ଫେବୃଆରୀ ୨୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଥିଲା। ଏଥିରେ ରାଜ୍‌ କୁନ୍ଦ୍ରାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଗତକାଲି ତାଙ୍କୁ ଗିରଫ କରିଛି ପୋଲିସ ।

ସେହିପରି ରାଜ କୁନ୍ଦ୍ରାଙ୍କୁ ଆସନ୍ତା ୨୩ ତାରିଖ ଯାଏଁ କୋର୍ଟ ତାଙ୍କୁ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ରାଜଙ୍କ ସମେତ ତାଙ୍କ ସାଥୀ ତଥା ତାଙ୍କ ଆଇଟି ହେଡ୍ ରିଆନ୍ ଜନ୍ ଥର୍ପାଙ୍କୁ ମଧ୍ୟ ୨୩ ଜୁଲାଇ ଯାଏଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ଏହି ମାମଲାରେ କ୍ରାଇମ ବ୍ରାଂଚ ରାଜଙ୍କ ମୋବାଇଲକୁ ଜବତ କରି ଫରେନ୍ସିକ୍ ଯାଂଚ ପାଇଁ ପଠାଇଛି।

ସୂଚନା ମୁତାବକ ସୋମବାର ଗିରଫ ପରେ ଆଜି ମୁମ୍ବାଇ ପୁଲିସ କ୍ରାଇମବ୍ରାଂଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ ପୁଲିସ ରାଜ କୁନ୍ଦ୍ରାଙ୍କୁ ଅଧିକରୁ ଅଧିକ ଦିନ ପାଇଁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିଥିଲା। ଏଥିସହ ରାଜଙ୍କ କମ୍ପାନର ଭିଆନ୍‌ର ଆକାଉଣ୍ଟରେ ଅନେକ ବିଦେଶ ମୁଦ୍ରା ଥିବା କହିଥିଲା।

ବଲିଉଡ ଅଭିନେତ୍ରୀଙ୍କ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଭାରତୀୟ ସାଇବର ଆଇନରୁ ବର୍ତ୍ତିବା ଲାଗି ବିଦେଶରେ କମ୍ପାନୀ ରେଜିଷ୍ଟ୍ରେସନ କରି କମ୍ପାନୀର ନାମ ‘କେନରିନ୍‌’ ରଖିଥିଲେ। କେନରିନକୁ କୁନ୍ଦ୍ରା ଓ ବ୍ରିଟେନରେ ରହୁଥିବା ତାଙ୍କ ଭାଇ ମିସି ସ୍ଥାପନା କରିଥିଲେ। ଏଥିଲାଗି ଲାଗି ଭିଡିଓ କ୍ଲିପ୍ ଭାରତରେ ସୁଟିଂ ହୋଇ ‘ବି- ଟ୍ରାନ୍ସଫର’ ମାଧ୍ୟମରେ ପଠାଯାଉଥିଲା। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କୁନ୍ଦ୍ରାର ପ୍ରାୟ ୧୦ କୋଟି ଟଙ୍କା ନିବେଶ ଥିବା ଜଣାପଡିଛି।

୨୦୦୯ରେ ଶିଳ୍ପା ସେଟ୍ଟୀ, ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ୨୦୧୨ରେ ସେମାନଙ୍କର ପ୍ରଥମ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲା।  ଜେଏଲ୍‌ ଷ୍ଟ୍ରିମ୍‌ ଆପ୍‌ର ମାଲିକ ହେଉଛନ୍ତି ରାଜ୍‌ କୁନ୍ଦ୍ରା। ଯାହାକି ଆଇପିଏଲ୍‌ କ୍ରିକେଟ ଟିମ୍‌ ରାଜସ୍ଥାନ ରୟାଲ୍ସର ଏକ ଅଂଶ।

 

Leave A Reply

Your email address will not be published.

ବ୍ରେକିଂ