ଆଜିଠୁ ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ସେବାୟତଙ୍କ ପରିବାର ପରେ ଆଜିଠୁ ପୁରୀବାସୀଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଏନେଇ ଆଜି ସକାଳୁ ବଡଦାଣ୍ଡ ଚଳଚଞ୍ଚଳ ହୋଇଉଠିଛି । ଦେବେ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସକାଳ ୭ଟା ୩୦ରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଆଜି ୭ ଟି ୱାର୍ଡର ଲୋକେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଜିଠୁ ଆସନ୍ତା ୩୧ ତାରିଖ ସନ୍ଧ୍ୟା ୪ ଟା ଯାଏଁ ପର୍ଯ୍ୟାୟ କ୍ରମେ ଅନ୍ୟାୟ ୱାର୍ଡବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆଜି ପ୍ରଥମ ଦିନରେ ୨,୩,୬,୯,୧୧,୧୨ ଓ ୧୫ ନମ୍ବର ଓ୍ୱାର୍ଡ ବାସିନ୍ଦା ଦର୍ଶନ କରିବାର ସୁଯୋଗ ପାଇବେ । ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ୬ ନମ୍ବର ଓ ୯ ନମ୍ବର ୱାର୍ଡବାସୀ, ୧୨.୩୦ରୁ ୪.୩୦ ପର୍ଯ୍ୟନ୍ତ ୧୨ ନମ୍ବର ଓ ୧୫ ନମ୍ବର ୱାର୍ଡବାସୀ,ଓ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ପହୁଡ ହେବା ପର୍ଯ୍ୟନ୍ତ ୧୧ ନମ୍ବର,୨ ନମ୍ବର,୩ନମ୍ବର ୱାର୍ଡବାସୀ ଦର୍ଶନ କରିବେ। ସମସ୍ତ ପୁରୀବାସୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ।

ତେବେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ମଧ୍ୟ ସ୍ଥାପନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ବ୍ୟବସ୍ଥା ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାର୍କେଟ ଛକ ବ୍ୟାରିକଡ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ବ୍ୟାରିକେଡ୍ ମାଧ୍ୟମରେ ଧାଡିରେ ପରିଚୟପତ୍ର ଦେଖେଇବା ସହ କିଓସ୍କୋରେ ପୁର୍ନବାର ପରିଚୟପତ୍ର ଦେଖାଇ ଫଟୋଗ୍ରାଫି କରାଯାଉଛି।

Leave A Reply

Your email address will not be published.

ବ୍ରେକିଂ