ଯଥେଷ୍ଟ ପ୍ରମାଣ ସହ ହତ୍ୟାକାରୀକୁ ଗିରଫ କରିଛୁ: ଅରୁଣ ବୋଥ୍ରା

ଭୁବନେଶ୍ୱର : ପରୀ ହତ୍ୟା ଘଟଣାରେ ଦତନ୍ତକାରୀ ଦଳ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାରେ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଥିବା ଅରୁଣ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଗତ ୧୦ ଦିନ ହେବ ଲଗାତାର ପଚରା ଉଚରା କରାଯାଉଛି। ପରୀ ହତ୍ୟାକାଣ୍ତରେ ଅଭିଯୁକ୍ତର ସଂପୃକ୍ତି ନେଇ ପରୀର ପୋଷାକରୁ ପ୍ରମାଣ ମିଳିସାରିଛି।

ଆଗକୁ ଅଭିଯୁକ୍ତ ବିରୋଧରେ ଯାହା ବି ତଥ୍ୟ ମିଳିବ ମିଡିଆ ସହ ସେୟାର କରାଯିବ ବୋଲି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ । ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ଦିଆଯିବ ବୋଲି ବୋଥ୍ରା କହିଛନ୍ତି ।

ସେପଟେ ପ୍ରମାଣ ପାଇଁ ଯେଉଁ ପୋଖରୀ ନିକଟରୁ ମୃତ ଦେହ ଉଦ୍ଧାର ହୋଇଥିଲା ତାହାକୁ ଶୁଖାଇବାକୁ ଯୋଜନା କରୁଛି ଏସଆଇଟି । ୩ଟି ମଟର ଲଗାଇ ପୋଖରୀରୁ ପାଣି ବାହାର କରାଯିବ । ଯଦୁପୁରରେ ଏସଆଇଟି ଟିମ୍ ପହଞ୍ଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା କରିଛି । ଅଭିଯୁକ୍ତକୁ ଏହି ଘଟଣାରେ ଆଉ କେଉଁମାନେ ସାହାଯ୍ୟ କରିଛନ୍ତି ସେ ବାବଦରେ ତଦନ୍ତ ଚାଲିଛି  ବୋଲି କହିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା।

ନୟାଗଡ଼, ଯଦପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରବିବାର ଏସଆଇଟି ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଯୁକ୍ତ ୩ରେ ପାଠ ପଢ଼ୁଥିବା ଜଣେ ଛାତ୍ର, ତାଙ୍କ ଘର ଯଦୁପୁର ଗାଁରେ ଓ ସେ ପରୀର ପଡ଼ୋଶୀ ବୋଲି ସୂଚନା ମିଳିଥିଲା।

Leave A Reply

Your email address will not be published.

ବ୍ରେକିଂ