ଆଜି ରାଜ୍ୟର ୬ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

 ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୧ ଡିଗ୍ରୀ ସହ ସୁନ୍ଦରଗଡ଼ ସୁବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଅନ୍ୟ ସହରମାନଙ୍କ ମଧ୍ୟରୁ ବଲାଙ୍ଗିରରେ ତାପମାତ୍ରା ୪୦.୫ ଡିଗ୍ରୀ ଥିବା ବେଳେ, ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଓ ମାଲକାନଗିରିରେ ତାପାମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ବାରିପଦାରେ, ୩୯.୬, ହୀରାକୁଦ, ତାଳଚେର, ଭବାନୀପାଟଣା ଓ ବୌଦ୍ଧରେ ୩୯.୫ ଡିଗ୍ରୀ, ସୋନପୁରରେ ୩୯ ଡିଗ୍ରୀ, ଅନୁଗୁଳରେ ୩୮.୭, ରାୟଗଡ଼ାରେ ୩୮.୫, ଫୁଲବାଣୀରେ ୩୮.୪, ନୟାଗଡ଼ରେ ୩୭.୭, ଭୁବନେଶ୍ୱରରେ ୩୭.୫, କେନ୍ଦୁଝରରେ ୩୬.୬, କଟକ ଓ ପାରଳେଖେମୁଣ୍ଡିରେ ୩୬ ଡିଗ୍ରୀ, ଚାନ୍ଦବାଲି ଓ କୋରାପୁଟରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪.୮, ବାଲେଶ୍ୱରରେ ୩୪.୩, ପୁରୀରେ ୩୩.୬, ଦାରିଙ୍ଗିବାଡିରେ ୩୩.୫, ଛତ୍ରପୁରରେ ୩୩ ଓ ପାରାଦୀପରେ ୩୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ