ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ, ୬ ତାଲିବାନ ଆତଙ୍କବାଦୀ ନିହତ

କାବୁଲ : ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଆଫଗାନିସ୍ତାନ ଉତ୍ତର ବାଲଖ ପ୍ରଦେଶର ଏକ ଦୁର୍ଗମ ଅଞ୍ଚଳରେ ତାଲିବାନ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ୬ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ୪ ଆତଙ୍କବାଦୀ ଆହତ ହୋଇଛନ୍ତି । ଏନେଇ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଜାରି ଜିଲ୍ଲାରେ ଥିବା ତାଲିବାନ ଆତଙ୍କବାଦୀ କ୍ୟାମ୍ପ ଉପରେ ସେନା ପକ୍ଷରୁ ଏହି ଏୟାର ଷ୍ଟ୍ରାଇକ ହୋଇଥିଲା । ସୋମବାର ରାତିରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକରେ ତାଲିବାନର କଣ୍ଟ୍ରୋଲ୍ ଏବଂ କମାଣ୍ଡ ସେଣ୍ଟର ନଷ୍ଟ  ହୋଇଥିବା ଜଣାପଡିଛି ।

ଦେଶରେ ଦୈନନ୍ଦିନ ହିଂସା ଏବଂ ସଂଘର୍ଷ ଜାରି ରହିଥିବାରୁ ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବାହିନୀ ଚଳିତ ବର୍ଷ ଆରମ୍ଭରୁ ଆଫଗାନିସ୍ତାନରେ ତାଲିବାନ ବିରୋଧୀ ଅଭିଯାନ ଜାରି ରଖିଛନ୍ତି। ଆଫଗାନିସ୍ତାନର ଅଧିକାଂଶ ଜନସଂଖ୍ୟା କେନ୍ଦ୍ର ଏବଂ ସମସ୍ତ ପ୍ରାଦେଶିକ ରାଜଧାନୀକୁ ନିୟନ୍ତ୍ରଣରେ ରଖିଛନ୍ତି ସୁରକ୍ଷାକର୍ମୀ । କିନ୍ତୁ ତାଲିବାନ ଆତଙ୍କବାଦୀମାନେ ଗ୍ରାମାଞ୍ଚଳର ବହୁ ଅଂଶକୁ ନିୟନ୍ତ୍ରଣ କରି ଆଫଗାନିସ୍ତାନର ସହର ଏବଂ ଜିଲ୍ଲାରେ ସମୟାନୁସାରେ ବ୍ୟାପକ ଆକ୍ରମଣ କରୁଛନ୍ତି ।

Leave A Reply

Your email address will not be published.

ବ୍ରେକିଂ