ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବିଶାଖାପାଟଣା : ବିଦ୍ୟୁତ୍ ସର୍ଟ ସର୍କିଟ୍‌ ଯୋଗୁଁ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଏଭଳି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରୁ ରାୟଗଡ଼ା ଜିଲ୍ଲା ଗୁଣପୁରର ଜଣେ ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି ଗାଁର । ତେବେ ମୃତକମାନଙ୍କ ପରିଚୟ ମିଳି ନଥିବା ବେଳେ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

ସୂଚନାଯୋଗ୍ୟ ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇ ଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.

ବ୍ରେକିଂ