ପାଳଗଦାରୁ ହାଡକଙ୍କାଳ, ପଞ୍ଜରା ଓ ଚୁଡ଼ି ଉଦ୍ଧାର, ସାଇଣ୍ଟିଫିକ ଟିମ ଓ ପୋଲିସର ତଦନ୍ତ ଆରମ୍ଭ

ସଇଁତଲା: ଗତ ୬ ବର୍ଷ ତଳେ ବଲାଙ୍ଗୀର  ଜିଲ୍ଲା ସଇଁତଲା ଥାନା ବରଗାଁ ଠାରେ ଜଣେ ଯୁବତୀଙ୍କୁ ପେଟ୍ରୋଲରେ ପୋଡି ମାରିଦେଇଥିବାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ପୁଣି ସଇଁତଳା ଥାନା ନବୀନ ଛକ ଜାତୀୟ ରାଜପଥ କଡ଼ରୁ ୩ଶହ ମିଟର ଦୂରରେ ଥିବା ପାଳଗଦାରୁ ପୋଡା ଅବସ୍ଥାରେ ହାଡକଙ୍କାଳ ଚୁଡ଼ି  ଓ ପଞ୍ଜରାକୁ ସଇଁତଲା ପୋଲିସ ଜବତ କରିଛି l

ଘଟଣାର ଖବର ପାଇ ବଲାଙ୍ଗୀର ଏସପି ନୀତିନ କୁଶଳ କର ,ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନାର ଏସଆଇ ପ୍ରସନ୍ନ ନାୟକ, ଏଏସଆଇ ମାନଭଞ୍ଜନ ନନ୍ଦ, ଭୁବନେଶ୍ୱର ଭୋଇ ଓ  ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳ କୁ ପହଞ୍ଚି  ପୋଡା ହାଡ଼କଙ୍କାଳର ଅବଶେଷକୁ ଜବତ କରି ଘଟଣା ର ଖୋଡ଼ତାଳ ଆରମ୍ଭ କରିଛି  l

ମିଳିଥିବା ସୂଚନା ଅନୁଯାୟୀ, ଆଜି ବିବିନା ଗ୍ରାମର ସଞ୍ଜୟ ମୁନା ନାମକ ଜଣେ ଯୁବକ ନିଜ  ଜମିରେ ପାଳଗଦା କରିବା ସହ  ପାଳଗଦା ପାଖରେ  ମୁଗ ମଧ୍ୟ ଚାଷ କରିଥିଲେ  l ଆଜି ମୁଗ ଚାଷ ଦେଖିବାକୁ ଆସି ସଞ୍ଜୟ ଦେଖିବାକୁ ପାଇଲେ ଯେ ପାଳଗଦା ସମ୍ପୂର୍ଣ୍ଣ ରୂପେ ପୋଡି ଯାଇଥିବା ସହ  ପାଳଗଦା ରେ ହାଡକଙ୍କାଳ ଥିବା ଦେଖିବାକୁ ପାଇଥିଲେ l

ଏହାପରେ ଗାଁକୁ ଯାଇ ଆଲୋଚନା କରିବା ପରେ ବିବିନା ସରପଞ୍ଚ ନିର୍ମଳ ହରପାଳଙ୍କ ସହ ସଇଁତଲା ଥାନାକୁ ଆସି ଅଭିଯୋଗ କରିଥିଲେ l ଏଥିରୁ ପୋଲିସ ଓ  ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ହାଡ଼କଙ୍କାଳକୁ ଜବତ କରି ତଦନ୍ତ ଚଳାଇଛି lଏହି ଘଟଣାରେ ହତ୍ୟା କରାଯାଇ ପାଳଗଦାରେ ପୋଡି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି  l

ହେଲେ ୨୬ ନମ୍ବର ଜାତୀୟ ରାଜପଥ କଡ଼ ପାଖକୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାହା ପୋଲିସ ପାଇଁ ମୁଣ୍ଡବୃଥା କାରଣ ହୋଇ ସାଜିଛି ।  ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ନେଇ ତାର ତଦନ୍ତ ଚଲାଇଛି  l ସେହିପରି ଦୀର୍ଘ ୬ ବର୍ଷ ତଳେ ଜଣେ ଯୁବତୀକୁ ପେଟ୍ରୋଲରେ ପୋଡି ହତ୍ୟା କରିଥିଲେ ହେଲେ ମଧ୍ୟ ପୋଲିସ ଆଜି ପଯ୍ୟନ୍ତ କୋଣସି ସୁରାକ ପାଇ ପାରି ନାହିଁ  l

ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା  l  ଏ ନେଇ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କୁ ପଚାରିବାରୁ ବଲାଙ୍ଗୀର ଟିମ ଆସି ତଦନ୍ତ କରୁଛନ୍ତି ବୋଲି ପ୍ରକାଶ କରିଥିଲେ  l

Leave A Reply

Your email address will not be published.

ବ୍ରେକିଂ