ସ୍ମୃତିରେଖା କଂଗ୍ରେସ ଛାଡିଲେ

ଭୁବନେଶ୍ୱର: କଂଗ୍ରେସର ହାତ ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି । ସେହିପରି ଦଳରେ ତାଙ୍କୁ କୌଣସି ପ୍ରକାର ସହଯୋଗ ମିଳୁନଥିବା ଅଭିଯୋଗ କରି  ଆଜି ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଇସ୍ତାଫା ପତ୍ର ଦେଇଛନ୍ତି ।୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ସ୍ମୃତିରେଖା ।

ଏଥିସହ ଓଡିଶା ମାଟିରେ କଂଗ୍ରେସ ଆଗକୁ ବଢିପାରିବ ନାହିଁ । କାରଣ ଏହି ଦଳରେ ରହିଲେ ଧର୍ମଶାଳାବାସୀଙ୍କ ହକ୍ ପାଇଁ ଲଢେଇ କରିବାର ସମ୍ଭାବନା କ୍ଷୀଣ ଦେଖାଯାଉଛି । କଂଗ୍ରେସରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛି । ଏବଂ ଦଳ ପାଇଁ ଅନେକ କିଛି କରିଛି ବୋଲି କହିଛନ୍ତି । ଧର୍ମଶାଳାବାସୀଙ୍କ ସ୍ୱାର୍ଥ ପାଇଁ ମୁଁ ଦୃଢ଼ ସଂକଳ୍ପବଦ୍ଧ । ତେଣୁ ଧର୍ମଶାଳାବାସୀଙ୍କ କଲ୍ୟାଣ ପାଇଁ ଆଜି ମୁଁ କଂଗ୍ରେସ ଦଳରୁ ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଉଛି  ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ