ବାପାକୁ ହତ୍ୟା ଅଭିଯୋଗରେ ପୁଅ ଗିରଫ

ଝାରସୁଗୁଡ଼ା:  ପିତୃହନ୍ତା ପୁଅ ବୈକୁଣ୍ଠ ମରେଇ ଗିରଫ । ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ଅଭିଯୁକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଥିଲା।

ଏନେଇ ମୃତକଙ୍କ ସ୍ତ୍ରୀ ନୃପତି ମରେଇ ଅଭିଯୁକ୍ତ ପୁଅ ବୈକୁଣ୍ଠ ମରେଇରେ ନାରେ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ