ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ: ବଲିଉଡର ପିଛା ଛାଡୁନି ମହାମାରୀ କରୋନା । ଜଣଙ୍କ ପରେ ଜଣେ ଅଭିନେତା ତଥା ଅଭିନେତ୍ରୀଙ୍କୁ ଗ୍ରାସ କରୁଛି କୋଭିଡ ପଜିଟିଭ୍ । ତେବେ କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘରେ ନିଜକୁ କ୍ୱାରେଣ୍ଟାଇନ୍‌ କରିଛନ୍ତି ।

ଟ୍ୱିଟ୍ ରେ ସେ ଲେଖିଛନ୍ତି- ଆଜି ସକାଳେ ମୋର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ସାବଧାନତାର ସହ ନିଜକୁ କ୍ୱାରେଣ୍ଟାଇନ୍ କରିବା ସହ ନିଜର ଧ୍ୟାନ ରଖିଛି । କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ ମୁଁ ସଦାବେଳେ ଆପଣଙ୍କ ସହ ଅଛି । ଖୁବଶୀଘ୍ର ଭଲ ହୋଇ ପୁଣି ଥରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବି।

Leave A Reply

Your email address will not be published.

ବ୍ରେକିଂ