ଟିକସ ଫାଙ୍କିବା ଅଭିଯୋଗ ପରେ ସୋନୁ ସୁଦଙ୍କ ପ୍ରଥମ ପ୍ରତିକ୍ରିୟା

ମୁମ୍ବାଇ: ଆୟକର ବିଭାଗର ଚଢାଉ ପରେ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅଭିନେତା ସୋନୁ ସୁଦ । ସେ ୨୦ କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗ କରିଛନ୍ତି ଆଇଟି ଅଧିକାରୀମାନେ। ତେବେ ଏହାକୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ସୋନୁ ସୁଦ ।  ସେ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଭାରତର ଲୋକଙ୍କ ଉନ୍ନତି ପାଇଁ ମୋ ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋ ଫାଉଣ୍ଡେସନରେ ଜମା ହୋଇଥିବା ଅର୍ଥର ଶେଷ କିସ୍ତି ପର୍ଯ୍ୟନ୍ତ ଅପେକ୍ଷା କରିଛି, ମୁଁ କୌଣସି ପ୍ରକାରେ ଅଭାବୀ ଲୋକଙ୍କ ଜୀବନ ରକ୍ଷା କରିପାରିବି । ମୁଁ ମୋ ଫାଉଣ୍ଡେସନ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟ କରିବା ଜାରି ରଖିବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ମୋପାର୍ଶ୍ବର କାହାଣୀ ସମୟ କହିବ। ମୁଁ ନିଜକୁ ଦେଇଥିବା ପ୍ରତିଶୃତି ରକ୍ଷା କରିବି।” ସୋନୁ ଆହୁରି ଲେଖିଛନ୍ତି, ‘ମୁଁ ମୋର ଫି ବଦଳରେ ଲୋକଙ୍କ ପାଇଁ ଭଲ କାମ କରିବାକୁ ଅନେକ ଥର ବଡ ବ୍ରାଣ୍ଡକୁ କହିଛି। ମୋର ଯାତ୍ରା ଜାରି ରହିବ

ନିକଟରେ ଆୟକର ବିଭାଗ ମୁମ୍ବାଇ, ଲକ୍ଷ୍ନ‌ୌ, କାନପୁର, ଜୟପୁର, ଦିଲ୍ଲୀ ଏବଂ ଗୁରୁଗାଓଁରେ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ ଏକ ଚଢଉ କରିଥିଲା।

Leave A Reply

Your email address will not be published.

ବ୍ରେକିଂ