ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ଦଷ୍ଟିରେ ରଖି ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସୂଚନାନୁସାରେ 02892 ଭୁବନେଶ୍ୱର-ବାଙ୍ଗିରିପୋସି ସ୍ପେଶାଲ ୧୨ ଜାନୁୟାରୀରୁ ୨୮ ଫେବୃଆରୀ, ୨୦୨୧ ମଧ୍ୟରେ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୭ଘ.୩୦ମି.ରେ ଛାଡି ବାଙ୍ଗିରିପୋସିରେ ରାତ୍ର ୧୨ଘ.୦୫ମି.ରେ ପହଞ୍ଚିବ । ସେହିପରି ଫେରିବା ମାର୍ଗରେ 02891 ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ୧୩ ଜାନୁଆରୀରୁ ୧ ମାର୍ଚ୍ଚ, ୨୦୨୧ ମଧ୍ୟରେ ବାଙ୍ଗିରିପୋସିରୁ ପ୍ରତିଦିନ ଭୋର ୪ଘ.୨୦ମି.ରେ ଛାଡି ଭୁବନେଶ୍ୱର ରେ ପୂର୍ବାହ୍ନ ୧୦ ଘଟିକାରେ ପହଞ୍ଚିବ।
ଏହି ଟ୍ରେନ୍ ଉଭୟ ଦିଗରୁ ଭୁବନେଶ୍ୱର ଏବଂ ବାଙ୍ଗିରିପୋସି ମଧ୍ୟରେ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ମାର୍କୋଣା, ସୋରୋ, ବାଲେଶ୍ୱର, ରୂପସା, ଠାକୁରତୋଟା, ଜଗପୁରା, ଜୋଗଲ୍, ବେତନଟୀ, କୃଷ୍ଣଚନ୍ଦ୍ରପୁର ଏବଂ ବାରିପଦା ଷ୍ଟେସନ ମାନଙ୍କରେ ରହଣି କରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।