ସ୍ପାଇସି ପାସ୍ତା

 ଆବଶ୍ୟକ ସାମଗ୍ରୀ 

ପାସ୍ତା, ଲୁଣ, ଚିଲ୍ଲୀ ଫ୍ଲେକ୍ସ, ଲଙ୍କା ପାଉଡର, ପିଆଜ, ରସୁଣ, ବଟର, ଚିଜ୍‌, ଟୋମାଟୋ ପ୍ୟୁରୀ, ଗୋଲମରିଚ ପାଉଡର ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ପାସ୍ତାକୁ ଅଳ୍ପ ଲୁଣ ପକାଇ ସିଝାଇ ରଖିବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କଟା ରସୁଣ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ହାଲ୍‌କା ଫ୍ରାଏ କରିବେ । ତାପରେ ସେଥିରେ ଟମାଟୋ ପ୍ୟୁରୀ ପକାଇ କିଛି ସମୟ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ଗୋଳାଇବେ । ତାପରେ ସେଥିରେ ଚିଲ୍ଲୀ ଫ୍ଲେକ୍ସ, ଲଙ୍କା ପାଉଡର, ଗୋଲମରିଚ ପାଉଡର ପକାଇ ଭଳଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ଗୋଳାଇବେ । ତାପରେ ସେଥିରେ ସିଝାଇ ରଖିଥିବା ପାସ୍ତା ପକାଇ ଗୋଳାଇବେ । ଏହାପରେ ସେଥିରେ ଚିଜ୍ ପକାଇ ମିକ୍ସ କରିବେ । ତାପରେ ସେଥିରେ ବଟର ପକାଇ ମିକ୍ସ କରି, ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ସ୍ପାଇସି ପାସ୍ତା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ