ସମୁଦ୍ରରୁ ହରିଣ ଉଦ୍ଧାର

କୋଣାର୍କ: ସମୁଦ୍ର ଗର୍ଭକୁ ପଶିଗଲା ହରିଣ । ତେବେ ଏହା ଦେଖି ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ସାଙ୍ଗେ ସାଙ୍ଗେ ହରିଣଟିକୁ ସମୁଦ୍ର ମୁହାଁଣରୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି ।

ଖବରରୁ ପ୍ରକାଶ ଯେ ବାଲୁଖଣ୍ଡ ଅଭୟାରଣ୍ୟ ଜଂଗଲରୁ ଏକ ହରିଣ ସୋମବାର ଅପରାହ୍ନରେ ସମୁଦ୍ରକୁ କୌଣସି କାରଣ ବଶତଃ ପଶି ଆସିଥିଲା । ଏହା ଦେଖି ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ହରିଣଟିକୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ହରିଣଟିକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ । ପରେ କୋଣାର୍କ ପ୍ରାଣୀ ଚିକିତ୍ସାରେ ଚିକିତ୍ସା କରାଯାଇଥିଲା ।  ପରେ ତାକୁ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ