ରାଜ୍ୟ ବିଭିନ୍ନ ସ୍ଥାନରୁ ନକଲି କରୋନା ଔଷଧ ଜବତ

ସମ୍ବଲପୁର : କଟକ ପରେ ରାଜ୍ୟ ବିଭିନ୍ନ ସ୍ଥାନରୁ ନକଲି କରୋନା ଔଷଧ ଜବତ ହୋଇଛି। ବଲାଙ୍ଗୀ, ରାଉରକେଲା, ଝାରସୁଗୁଡା , ସମ୍ବଲପୁର ଓ ଭୁବନେଶ୍ୱରରୁ ଡ୍ରଗ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରି ବ୍ୟାପକ ପରିମାଣର ନକଲି କରୋନା ମେଡିସିନ ଜବତ କରିଛି। ଏଗୁଡିକ ମଧ୍ୟରେ ଟ୍ରିଟ -୨୦୦ ବଟିକା , ଟ୍ରିଟ ବିଏଲ  ବଟିକା ଓ ଫେଡର ଏସ ବଟିକା ରହିଛି। ଜବତ ମେଡିସନ ଗୁଡିକର ଆନୁମାନିକ ମୂଲ୍ୟ ୧୭ ହଜାର ୪ ଶହ ଟଙ୍କା ବୋଲି ଜଣାପଡିଛି।

ନକଲି ଔଷଧ ଗୁଡିକ ହିମାଚଳ ପ୍ରଦେଶର ଏକ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ସରକାର ଦ୍ଵାରା ଏହା ପଞୀକୃତ ହୋଇନାହିଁ।  ଏହି କମ୍ପାନୀ ଓଡିଶାରେ ବିଭିନ୍ନ ବିତରକ ମାନଙ୍କୁ ଔଷଧ ଯୋଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ