‘ସ୍ପୁଟନିକ ଲାଇଟ୍‌’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଭାରତରେ ଅନୁମତି

ଋଷର ‘ସ୍ପୁଟନିକ ଲାଇଟ୍‌’ ଟିକାକୁ ଡ୍ରଗ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଦ୍ଵାରା ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନୁମୋଦନ କରାଯାଇଛି । ପରୀକ୍ଷା ଶେଷ ହେବା ମାତ୍ରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଧ୍ୟ ଅନୁମୋଦନ ମିଳିବ ।  ଏହା ପରେ କରୋନା ବିରୋଧୀ ଯୁଦ୍ଧରେ ଭାରତକୁ ଆଉ ଏକ ଟିକା ମିଳିବ।

କରୋନାରେ ଉପରେ ତିଆରି ହୋଇଥିବା ସବଜେକ୍ଟ ଏକ୍ସପର୍ଟ କମିଟି (SEC) ସ୍ପୁଟ୍‌ନିକ ଲାଇଟ୍‌ ଟ୍ରାଏଲ ମଞ୍ଜୁରୀ ଦେବା ପାଇଁ ସୁପାରିସ କିରିଥିଲା। ଏହା ପୂର୍ବରୁ ଜୁଲାଇ ମାସରେ ଏସ୍‌ଇସି ଋଷର ସିଙ୍ଗିଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ଭାବେ ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦେବା ଲାଗି ସୁପାରିସ କରିଥିଲା। କିନ୍ତୁ ଭାରତରେ ପରୀକ୍ଷା ନହେବା କାରଣରୁ ଡିସିଜିଆଇ ସବଜେକ୍ଟ ଏକ୍ସପର୍ଟ କମିଟି ଏହାକୁ ଆଗ୍ରାହ୍ୟ କରି ଦେଇଥିଲେ।

କୋଭିଡ୍‌-୧୯ ବିପକ୍ଷରେ ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ୭୮.୬% ରୁ ୮୩.୭% ଫଳପ୍ରଦ ହେଉଛି।

Leave A Reply

Your email address will not be published.

ବ୍ରେକିଂ