ମୁଥିଆ ମୁରଲୀଧରନଙ୍କୁ ହୃଦଘାତ

ଚେନ୍ନାଇ  : ଶ୍ରୀଲଙ୍କା ସ୍ପିନ ଲିଜେଣ୍ଡ ତଥା ସନରାଜର୍ସ ହାଇଦ୍ରାବାଦର ସ୍ପିନ କୋଚ ମୁଥିଆ ମୁରଲୀଧରନ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆପୋଲୋ ହସ୍ପିଟାଲର ପରାମର୍ଶକ୍ରମେ ତାଙ୍କର ତୁରନ୍ତ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ସନରାଜର୍ସ ହାଇଦ୍ରାବାଦ ସିଇଓ କେ.ସନମୁଗମ ସୂଚନା ଦେଇଛନ୍ତି ।
ଏବେ ସେ ଭଲ ଅଛନ୍ତି ଏବଂ ଆଗାମି କିଛି ଦିନ ମଧ୍ଯରେ ଦଳ ସହ ଯୋଗ ଦେବେ ବୋଲି ସେ କହିଛନ୍ତି । ମୁରଲୀ ଶ୍ରୀଲଙ୍କା ଲାଗି 133 ଟେଷ୍ଟ, 350 ଦିନିକିଆ ଏବଂ 12 ଟି ଟି-20 ଅନ୍ତର୍ଜାତୀୟ ମ୍ଯାଚ ଖେଳିଛନ୍ତି । ଟେଷ୍ଟରେ ସେ ରେକର୍ଡ 800 ୱିକେଟ ନେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ