ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଦଳର ଡାଟା ଆନାଲିଷ୍ଟଙ୍କୁ କରୋନା । ଗତକାଲି ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କରୋନା ପଜିଟିଭ ହୋଇଥିବାବେଳେ ଶୁକ୍ରବାର ଡାଟା ଆନାଲିଷ୍ଟ ଜି.ଟି ନିରୋଶନ କରୋନା ପଜିଟିଭ ହୋଇଛନ୍ତି । ଯାହାକୁ ନେଇ ଭାରତ-ଶ୍ରୀଲଙ୍କା ସିରିଜ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଶ୍ରୀଲଙ୍କା ଦଳର ଅଧିକାଂଶ ଖେଳାଳି ଏମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କ ଟେଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଭାରତ-ଶ୍ରୀଲଙ୍କା ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ ଏହାକୁ ଘୁଞ୍ଚା ହେବ କି ନାହିଁ ସ୍ପଷ୍ଟ ଜଣାପଡିନ । ଏହି ଗସ୍ତରେ ଭାରତ ୩ଟି ଦିନିକିଆ ଏବଂ ୩ଟି ଟ୍ୱି-୨୦ ଖେଳିବାର ଅଛି । ଶିଖର ଧୱନଙ୍କ ନେତୃତ୍ୱରେ ଟିମ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି । ସୂଚନା ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶନିବାର ସିରିଜର ନୂଆ କାର୍ଯ୍ୟସୂଚୀ ଘୋଷଣା କରିପାରେ  ।

Leave A Reply

Your email address will not be published.

ବ୍ରେକିଂ