ଜୁଲାଇ ୧୩ ରୁ ଭାରତ ଓ ଶ୍ରୀଲଙ୍କା ମ୍ୟାଚ

ନୂଆଦିଲ୍ଲୀ: ଜୁଲାଇ ୧୩ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଆରମ୍ଭ ହେବ । ଏନେଇ ସୋନି ସ୍ପୋର୍ଟସ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି । ଭାରତୀୟ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି-୨୦ ମ୍ୟାଚ ଖେଳିବ ।

ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ୧୩, ଦ୍ୱିତୀୟ ଦିନିକିଆ ୧୬ ଓ ତୃତୀୟ ଦିନିକିଆ ୧୮ ଜୁଲାଇକୁ ହେବ । ସେହିପରି ୨୧ ଜୁଲାଇକୁ ପ୍ରଥମ ଟି-୨୦ ଖେଳାଯିବ । ୨୩ରେ ଦ୍ୱିତୀୟ ଓ ୨୫ ଜୁଲାଇରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଭାରତ ଶେଷ ଥର ପାଇଁ ୨୦୧୮ରେ ଶ୍ରୀଲଙ୍କା ଗସ୍ତ କରିଥିଲା ।

ଏହି ଗସ୍ତ ବେଳେ ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇବେ ରାହୁଲ ଦ୍ରାବିଡ । ସେପଟେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ କୋହଲି ଟିମଙ୍କ ସହ ରହିବେ

Leave A Reply

Your email address will not be published.

ବ୍ରେକିଂ