ଭାରତ ବିପକ୍ଷ ସିରିଜ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

କଲମ୍ବୋ: ଭାରତ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ । କାନ୍ଧଜନିତ ଆଘାତ କାରଣରୁ ଭାରତ ବିପକ୍ଷ ଉଭୟ ଦିନିକିଆ ଓ ଟି-୨୦ ସିରିଜରୁ ବାଦ ପଡିଲେ କୁଶଲ ପରେରା । ତେବେ ତାଙ୍କ ସ୍ଥାନରେ ଅଲରାଉଣ୍ଡର ଦାସୁନ୍ ଶନକାଙ୍କୁ ଦଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଧନଞ୍ଜୟ ଡି’ସିଲଭାଙ୍କୁ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଶ୍ରୀଲଙ୍କା କ୍ରିକେଟ୍ ଆନୁଷ୍ଠାନିକ ଘୋଷଣା କରିଛି ।

ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ଇଂଲଣ୍ଡ ଗସ୍ତରେ ଥିବାରୁ ଓପ୍ନର ଶିଖର ଧୱନ୍ ଶ୍ରୀଲଙ୍କା ଗସ୍ତରେ ଟିମର ନେତୃତ୍ୱ ନେବେ। ଶ୍ରୀଲଙ୍କା ଗସ୍ତ ପାଇଁ ଏକାଧିକ ଯୁବ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରାଯାଇଛି। ଦିନିକିଆ ସିରିଜ୍ ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ।

ଶ୍ରୀଲଙ୍କା ସ୍କ୍ୱାଡ୍: ଦାସୁନ୍ ଶନକା (କ୍ୟାପଟେନ୍), ଧନଞ୍ଜୟ ଡି’ସିଲଭା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଭାନୁକା ରାଜପାକସା, ପାଥୁମ ନିଶଙ୍କା, ଚରିଥ ଆଶଲଙ୍କା, ୱାନିନ୍ଦୁ ହସରଙ୍ଗା, ଆଶେନ୍ ବନ୍ଦରା, ମିନୋଦ ଭାନୁକା, ଲାହିରୁ ଉଦାରା, ରମେଶ ମେଣ୍ଡିସ୍, ଚାମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ (କେବଳ ଟି-୨୦), ଦୁଶ୍ମନ୍ତ ଚମୀରା, ଲକସନ୍ ସାଣ୍ଡାକାନ୍, ଅକିଲା ଧନଞ୍ଜୟ, ଶିରାନ୍ ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଲକସନ୍, ଈଶାନ୍ ଜୟରତ୍ନେ, ପ୍ରବୀଣ ଜୟବିକ୍ରେମା, ଅସିଥ ଫର୍ଣ୍ଣାଣ୍ଡୋ, କାସୁନ୍ ରଜିତା, ଲାହିରୁ କୁମାରା, ଇସୁରୁ ଉଦାନା।

Leave A Reply

Your email address will not be published.

ବ୍ରେକିଂ