ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ସହାୟତା । ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲା ରାଜ୍ୟ ସଂସ୍କୃତି ବିଭାଗ । ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର ଫଣ୍ଡ ପକ୍ଷରୁ ଏହି ସୟାହତା ଯୋଗାଇ ଦିଆଯାଇଛି ।

 

କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି ତପୁ । ଭୁବନେଶ୍ୱରର ସମ୍‌ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । ତପୁଙ୍କ ଅସୁସ୍ଥତା ଖବର ଶୁଣି ଶୁଭେଛୁ ମାନେ ତପୁ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ