ପୁରୀରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ,ଜଣେ ଗିରଫ

ପୁରୀ: ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ୍ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି ।

ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଇମତାଜ ଖାନ୍ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.

ବ୍ରେକିଂ