ଝାଡ଼ଖଣ୍ଡରୁ ଜବତ ହେଲା ଚୋରୀ ଟ୍ରକ, ୨ ଗିରଫ   

ବ୍ରଜରାଜନଗର: ଧରାପଡିଲେ ଟ୍ରକ ଚୋର ।  ବ୍ରଜରାଜନଗରରୁ ଚୋରୀ ହୋଇଥିବା ଟ୍ରକକୁ ଝାଡଖଣ୍ଡରୁ ଜବତ କରିଛି ପୋଲିସ୍ । ଏଇ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ସ୍ଥାନୀୟ ଓରିଏଣ୍ଟ ଥାନା ଅନ୍ତର୍ଗତ ୯ ନମ୍ବର ମୁଣ୍ଡାପଡା ଠାରୁ ଏକ  ଟ୍ରକ ଚୋରୀ ହୋଇଥିବା ଓରିଏଣ୍ଟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଚୋରୀ ଅଭିଯୋଗ ରେ ଓରିଏଣ୍ଟ ଥାନା ପୋଲିସ ତଦନ୍ତ କରିଥିଲେ ହେଁ ଟ୍ରକର କୈାଣସି ପତ୍ତା ମିଳିନଥିଲା।

ତେବେ, ଝାରସୁଗୁଡ଼ା ଜିଲ୍ଲା ଏସପି ବିକାଶ ଦାଶଙ୍କ ନିର୍ଦ୍ଦେଶ ରେ ଓରିଏଣ୍ଟ ଥାନା ଭାରପ୍ରାପ୍ତ ଅଧିକାରୀ ବୈକୁଣ୍ଠ ବିହାରୀ ସେଠଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ କାରୀ ପୋଲିସ୍ ଟିମ୍ ଗଠନ କରାଯାଇ ଚୋରୀ ଟ୍ରକର ପୁଣି ଥରେ ତଦନ୍ତ ଆରମ୍ଭ ହୋଇଥିଲା।  ଚୋରୀ ଟ୍ରକଟି ଝାଡ଼ଖଣ୍ଡ ରାଜ୍ୟରେ ଥିବା ଖବର ପାଇ ପୋଲିସ ସେଠାରେ ପହଞ୍ଚି ଚୋରୀ ହୋଇଥିବା ଟ୍ରକକୁ ଜବତ କରିବା ସହ ଏହି ଚୋରୀରେ ସଂପୃକ୍ତ ଥିବା ଦୁଇ ଜଣ ଆସାମୀ ବ୍ରଜରାଜନଗର ଥାନା ଅନ୍ତର୍ଗତ ବରପାଲି ଗାଁ ର ତପନ ପ୍ରଧାନ ଓ ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟୀ ଜିଲ୍ଲାର ସୁଦର୍ଶନ ସିଂହକୁ ଗିରଫ କରି କୋର୍ଟ ଚାଲାଣ କରିବା ରେ ପୋଲିସ ସକ୍ଷମ ହୋଇଛି।

ସୂଚନା ଥାଉକି, ବ୍ରଜରାଜନଗର ଥାନା ଅନ୍ତର୍ଗତ ଓପିଏମ କଲୋନୀରେ ରହୁଥିବା ସନ୍ତୋଷ ସିଂହ ତାଙ୍କ ଟ୍ରକକୁ ଗତ ନଭେମ୍ବର ମାସ ୨୭ ତାରିଖ ଦିନ ବିଳମ୍ବିତ ରାତିରେ ରଖି ଘରକୁ ଫେରିଥିଲେ ।  କିନ୍ତୁ ତାପର ଦିନ ସକାଳୁ ଯାଇ ଦେଖିଲା ପରେ ଟ୍ରକଟି ଆଉ ନଥିବା ଦେଖି ଓରିଏଣ୍ଟ ଥାନା ରେ ଅଭିଯୋଗ କରିଥିଲେ ।

ତେବେ, ଗିରଫ ଦୁଇ ଜଣ ଆସାମୀ ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ, ବେଲପାହାଡ଼, ଝାରସୁଗୁଡ଼ା, ବ୍ରଜରାଜନଗର ସମେତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦଶ ଚକିଆ ଟ୍ରକ ଓ ହାଇୱ। ଚୋରୀ ଚୋରୀ କରି ଝାଡ଼ଖଣ୍ଡ ରାଜ୍ୟରେ ବିକ୍ରି କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଶନିବାର  କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

ବ୍ରେକିଂ