ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଝାରସୁଗୁଡାର ଛାତ୍ରଙ୍କ ଦିଲ୍ଲୀ ଯାତ୍ରା

ଝାରସୁଗୁଡା: ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ ଝାରସୁଗୁଡାର ଛାତ୍ର।  ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଛାତ୍ର କ୍ଷେତ୍ରମଣି ପ୍ରଧାନ ୨୦୨୧ ଦିଲ୍ଲୀ ଗଣତନ୍ତ୍ର ଦିବସ ରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି। ସମଗ୍ର ରାଜ୍ୟରୁ ୧୫ ଜଣ ଛାତ୍ର ଭୁବନେଶ୍ଵର RDC କ୍ୟାମ୍ପରେ ଦୀର୍ଘ ଦିନ ଧରି ଟ୍ରେନିଂ କଲାପରେ ମନୋନୀତ ହୋଇଛନ୍ତି।

ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ଲେଫ୍ଟନେଣ୍ଟ ମାନସ ଆଚାର୍ଯ୍ୟଙ୍କ ଉଦ୍ୟମ କ୍ରମେ କ୍ଷେତ୍ରମଣି ପ୍ରଧାନ ନିଜ ମହାବିଦ୍ୟାଳୟ ତଥା ଝାରସୁଗୁଡା ଜିଲ୍ଲା ପାଇଁ ଗୌରବ ବୃଦ୍ଧି କରିଛନ୍ତି। କ୍ଷେତ୍ରମଣି ଲଖନପୁର ବ୍ଲକ ଅନ୍ତର୍ଗତ ଜାମାଗାଁ ର ସ୍ୱର୍ଗତ ଶଶି ଭୂଷଣଙ୍କ ପୁତ୍ର ଅଟନ୍ତି। ତାଙ୍କ କୃତିତ୍ଵ ପାଇଁ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦେବତା ଓ ସମସ୍ତ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ