ଆପୋଷ ବୁଝାମଣାରେ ହେବ ସୀମା ବିବାଦର ସମାଧାନ : ସୁଦାମ ମାରାଣ୍ଡି

ଭୁବନେଶ୍ୱର: ବିଧାନସଭାରେ ଉଠିଲା ସୀମା ବିବାଦ ପ୍ରସଙ୍ଗ । ସୀମା ବିବାଦର ସମାଧାନକୁ ନେଇ ଆଜି ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା । ସରକାର ଆବଶ୍ୟକ ପଦକ୍ଷେପ ନେଇନଥିବାରୁ ପଡୋଶୀ ରାଜ୍ୟ ଦାଦାଗିରି କରୁଛି ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ପ୍ରତିକ୍ରିୟା ରଖିଥିଲେ । ତେବେ ଏନେଇ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଆପୋଷ ବୁଝାମଣାରେ ସୀମା ଚିହ୍ନଟ କରି ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

ସୁଦାମ ମାରାଣ୍ଡି ଏନେଇ କହିଛନ୍ତି, ଜିଲ୍ଲାପାଳ ଏବଂ ଆରଡିସିଙ୍କ ତଦ୍ୱାବଧାନରେ ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି । ଓଡିଶା ଓ ଆନ୍ଧ୍ର ମଧ୍ୟରେ 21ଟି ଗ୍ରାମକୁ ନେଇ ଏହି ବିବାଦ ରହିଛି । ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବି କିଛି ସମସ୍ୟା ରହିଛି । ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ଗଠିତ ହୋଇଛି । ଖୁବ ଶୀଘ୍ର ଆପୋଷ ବୁଝାମଣାରେ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ