ସ୍ୱାସ୍ଥ୍ୟ ପାଇଁ ହିତକର ମିଶ୍ରି

ସ୍ୱାସ୍ଥ୍ୟଟିପ୍ସ:  ସମୟ ସହିତ ଋୁତୁ ପରିବର୍ତ୍ତନ ହେଉଛି । ଏହା ସାଙ୍ଗକୁ ଜଳବାୟୁର ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନ ହେବା ଦ୍ୱାରା ସଙ୍ଗେସଙ୍ଗେ ବିଭିନ୍ନ ଥଣ୍ଡା ଜାତୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଅଧିକାଂଶ ଲୋକେ । ଥଣ୍ଡା ହେବା ଦ୍ୱାରା ମୁଣ୍ଡ ବିନ୍ଧିବା,କାଶ,ଛିଙ୍କ,ନାକ ବନ୍ଦ ବା ଗଳା ବସିବା ଭଳି ସମସ୍ୟା ଦେଖାଦେବା ଫଳରେ, ନିଜ ଭିତରେ ବିରକ୍ତି ଭାବ ଦେଖାଦେଇଥାଏ । ତେବେ ଏହି ଥଣ୍ଡା ଜାତୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ଭାବେ ମିଶ୍ରିର ବ୍ୟବହାର ବହୁତ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

  • ମିଶ୍ରି ସହିତ,ସୁଣ୍ଠି ଓ ମହୁ ମିଶାଇ ପେଶି , ଏହାର ରସକୁ ମୁହଁରେ ରଖି ଧିରେଧିରେ ସେବନ କଲେ ଏହା ଗଳା ବସିଥିଲେ ସେହି ସମସ୍ୟାରୁ ମୁକ୍ତି ଦେଇଥାଏ ।
  • ଥଣ୍ଡା, କାଶ ଓ ଗଳା ଦରଜ ବା ଗଳା ବସି ଯାଇଥିଲେ ,  ମିଶ୍ରିକୁ  ମୁହଁରେ ରଖି ଧିରେ ଧିରେ ଏହାର ରସ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ଏହା ରକ୍ଷା କରିଥାଏ ।
  • ମିଶ୍ରିକୁ ପେଶି ତାର ଚୂର୍ଣ୍ଣ ପ୍ରସ୍ତୁତ କରି, ଅଳ୍ପ ଗରମ ପାଣିରେ ଏକ ଚାମଚ ଏହି ଚୂର୍ଣ୍ଣ ପକାଇ ରାତିରେ ଶୋଇବା ସମୟରେ ନିୟମିତ ଏହି ପାଣି ସେବନ କଲେ, ତାହା ପେଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
Leave A Reply

Your email address will not be published.

ବ୍ରେକିଂ