କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରି ସୁକିନ୍ଦା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର:  ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ ଜଗତସିଂହପୁରରେ ଭାଇ ବାହାଘର ଶୋଭାଯାତ୍ରାରେ ବିନା ମାସ୍କରେ ସେ ଡ୍ୟାନ୍ସ କରୁଥିଲେ ।

ତହସିଲଦାର ମ୍ୟାଡାମଙ୍କ ଭିଡିଓ ଭାଇରାଲ୍ ହେବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଜୁନ୍ ୭ ତାରିଖରେ ଜାତୀୟ ମାନବାଧିକାର କମିଶନ ତହସିଲଦାର କୋଭିଡ୍ ନିୟମର ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଥିଲା ବିବାହରେ ସାମିଲ ହେବାକୁ ଦିଆଯାଇଥିବା ଅନୁମତିଠାରୁ ଅଧିକ ଲୋକ ଯାଇଥିଲେ । ରାତିରେ ଶୋଭାଯାତ୍ରା ଯାଇଥିଲା । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଥିଲେ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ । ଏହାପୂର୍ବରୁ ମେ ୨୪ ତାରିଖରେ ତିର୍ତ୍ତୋଲ ତହସିଲଦାର ବୁଲବୁଲ ବୁଲବୁଲ ବେହେରାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.

ବ୍ରେକିଂ