ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ  । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ମଙ୍ଗଳ ଆଳତି ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ  ।

ଶ୍ରୀଜିଉଙ୍କ ଏହି ଅପରୂପ ବେଶ ଦେଖିବାକୁ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି । ତେବେ ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ । ହେଲେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ବାହୁଡା ନୀତି ସମ୍ପନ୍ନ ହୋଇଥିବା ବେଳେ ଏବେ ରଥାରୂଢ ଶ୍ରୀବିଗ୍ରହଙ୍କ ଚାଲିଛି ନୀତିକାନ୍ତି  ।

Leave A Reply

Your email address will not be published.

ବ୍ରେକିଂ