ରବିବାର ରାଶିଫଳ

ମେଷ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ଯୋଗୁ ଦିନଟି ସେପରି ଶୁଭକାରକ ହେବନାହିଁ । ମନରେ ଅଶାନ୍ତି ବଢିବ । କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧାରେ ଅଟକି ଯିବ । କର୍ମ କ୍ଷେତ୍ରରେ ଅଯଥା ଦ୍ୱନ୍ଦ୍ବ, ଶୁଭ କାର୍ଯ୍ୟ ବିଳମ୍ବ ଓ ଯାତ୍ରା ହିତକର ନୁହେଁ ।

ବୃଷ: ନିଜର ଅଧିକାର କର୍ମ କ୍ଷେତ୍ରରେ ସାବ୍ୟସ୍ତ କରି ପାରିବେ । ବିବାହାଦି ଶୁଭ କାମ ଆଗେଇବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥା ସଂପର୍କୀତ ହେବେ । ଅମ୍ଲବୃଦ୍ଧି ଜନିତ ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ଭୋଗହେବ ।

ମିଥୁନ: ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ସଫଳ କାର୍ଯ୍ୟରୂପ ଦେଇ ପାରିବେ । ପାରିବାରିକ ସ୍ଥିତି ବିଶୃଙ୍ଖଳିତ ରହିପାରେ । ଉଦରପୀଡା କିମ୍ବା ମୁଖମଣ୍ଡଳରେ ଅସୁସ୍ଥତା ଭୋଗ ହେବ । ଧର୍ମ କର୍ମରେ ନିଷ୍ଠା ଓ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ।

କର୍କଟ: କର୍ମ କ୍ଷେତ୍ରରେ କେତେକ ବିବାଦୀୟ ସ୍ଥିତିର ସାମ୍ନା କରିବେ । ମାନସମ୍ମାନ ଉପରେ ଆଞ୍ଚ ଆସିପାରେ । କଳା ସାହିତ୍ୟ ଆଦି କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ପାରିବାରିକ ସୁଖ ସୌଭାଗ୍ୟପାଇବେ ।

ସିଂହ: ଥଣ୍ଡା ସର୍ଦ୍ଦି ଗଣ୍ଠିବ୍ୟଥା ଓ ମେରୁଦଣ୍ଡରେ ପୀଡା ଭୋଗ ପ୍ରତି ସତର୍କତା ଅବଲମ୍ବନ ଆବଶ୍ୟକ । ଆହାର ବିହାର ଅନିୟମିତ ହେବ । ପାରିବାରିକ ସୁଖ, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଓ ଗୁରୁ ବ୍ରାହ୍ମଣ ଭକ୍ତି ଯୁକ୍ତ ହେବେ ।

କନ୍ୟା: ଅଶାନ୍ତି ଅସନ୍ତୋଷ ଓ ଭୁଲ ବୁଝାମଣା କର୍ମ କ୍ଷେତ୍ରରେ ଆସିବ । ଦାୟିତ୍ବର ସଠିକ ନିର୍ବାହ କରିବା କଷ୍ଟକର ହେବ । ଆଧ୍ୟାତ୍ମିକ କର୍ମରେ ଆଗ୍ରହ, ବୈଷୟିକ ଉନ୍ନତି, ସତ ପରାମର୍ଶ ଲାଭ ଓ ଦ୍ରବ୍ୟ କ୍ରୟରେ ବ୍ୟୟ କରିବେ ।

ତୁଳା: ପ୍ରିୟ ପରିଜନରେ ବିରୋଧୀ ହେବେ । ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୁଃଶ୍ଚିନ୍ତା ବଢାଇବ । ଅତୀତର ଭୁଲ ପାଇଁ ପଶ୍ଚାତାପ କରିବେ । ନିମ୍ନ ଅଙ୍ଗରେ ବ୍ୟଥା ଭୋଗ ହେବ । ସୌଖୀନ ଦ୍ରବ୍ୟ କ୍ରୟ, କର୍ମରେ ନିଷ୍ଠା ଓ ପରୋପକାରେ ସନ୍ତୋଷ ।

ବିଛା: ଶ୍ରୀଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ । ପରିବାର ଓ କର୍ମ କ୍ଷେତ୍ରରେ ମନୋମାଳିନ୍ୟ ଦୂର କରିବେ । ଗୃହ ସାଜସଜା ଉପକରଣ କ୍ରୟ, ସନ୍ତାନ ସନ୍ତତିଙ୍କ ପାଇଁ ଆଶ୍ବସ୍ତି, ଗୁରୁଜନଙ୍କର ଆଶୀର୍ବାଦ ଓ ରାଜନୀତି ସଂଗଠନ ଦୃଢ କରିବେ ।

ଧନୁ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଦେହ ଓ ମନରେ ସୁସ୍ଥ ରହିବେ । ପ୍ରଭୃତ୍ୱ ପ୍ରତିଷ୍ଠା, ଉଦ୍ୟମ ସଫଳ, ସାହାଯ୍ୟ ପରାୟଣ, ଦାନପୁଣ୍ୟରେ ମତି ଓ କର୍ତ୍ତବ୍ୟ ନିଷ୍ଠ ହେବେ । ଦୂର ଯାତ୍ରାରେ ବ୍ୟୟର ଆଶଙ୍କା ଅଛି ।

ମକର: ମାନସିକ ଦ୍ୱନ୍ଦ୍ବ ଅବସାଦରୁ ମୁକ୍ତ ରହିବେ । ଶୁଭ ମଙ୍ଗଳ କାର୍ଯ୍ୟ ତ୍ୱରାନ୍ବିତ ହେବ । ପାରିବାରିକ ସୁଖ, କର୍ମ ପ୍ରେରଣା ଲାଭ, ଯାନବାହାନ ସୁଖ, ଉଚ୍ଚ ବର୍ଗ ସହିତ ସଂପର୍କ ଘନିଷ୍ଠ ହେବ । ଦେବ କାର୍ଯ୍ୟରେ ସତ ପରାମର୍ଶ ପାଇବେ ।

କୁମ୍ଭ: କାର୍ଯ୍ୟଭାର ଅଧିକ ବଢିବ । ଶାରୀରିକ ଅସୁସ୍ଥି ନଥିଲେ ବି ମାନସିକ ପୀଡାରେ ଆକ୍ରାନ୍ତ ହେବେ । ଗଠନମୂଳକ ଚିନ୍ତାଧାରା, ଧର୍ମ ଧାରଣା, ସୀମିତ ଆୟ କୁଟୁମ୍ବ ସୁଖ, ରାଜନୀତିରେ ସମ୍ମାନ ଓ ବୈଷୟିକ କ୍ଷେତ୍ର ସମୃଦ୍ଧ ହେବ ।

ମୀନ: କଥା ଓ କାମରେ ସମନ୍ୱୟ ରଖିବାର ଯଥେଷ୍ଟ ଆବଶ୍ୟକତା ଅଛି । ଜ୍ବର ପୀଡା, ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇବ । ନିର୍ମାଣ କାର୍ଯ୍ୟ ପାଇଁ ସରକାରୀ ଋଣ ଦରକାର ପଡିପାରେ । ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ବଢିବ ।

Leave A Reply

Your email address will not be published.

ବ୍ରେକିଂ