ରବିବାର ରାଶିଫଳ

ମେଷ: ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ଆଜି ଦିନରେ ଅଧିକ ସଫଳତା ପ୍ରଦାନ କରିବ । ବନ୍ଧୁବାନ୍ଧବଙ୍କ ଆନ୍ତରିକତା ପାଇବେ । ଆୟରେ ବାଧା ନାହିଁ । ବୈଷୟିକ ଉନ୍ନତି, ଶୁଭ କାର୍ଯ୍ୟରେ ଅଗ୍ରଗତି ଓ ଦୂର ଯାତ୍ରାରେ ସଫଳତା ମିଳିବ ।

ବୃଷ: କର୍ମକ୍ଷେତ୍ରରେ ମର୍ଯ୍ୟାଦା ଜନକ ସ୍ଥିତି ମିଳିବା ସାମାନ୍ୟ ସ୍ୱାର୍ଥ ତ୍ୟାଗ କରିଲେ ସମସ୍ୟା ସମାଧାନ ସହଜ ହେବ । ସାମାଜିକ ପ୍ରତିଷ୍ଠା, ମନରେ ଉତ୍ସାହ, କୁଟୁମ୍ବ ସୁଖ, ବିତ୍ସାଦି ଆଭୂଷଣ ପ୍ରାପ୍ତି ଅର୍ଥାଗମ ସହିତ ଅପବ୍ୟୟର ଭୟ ନାହିଁ ।

ମିଥୁନ: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ମନରେ ଉତ୍ସାହ ହାନୀ, କାର୍ଯ୍ୟ ଦକ୍ଷତା ହ୍ରାସ ଓ କର୍ମକ୍ଷେତ୍ରରେ ମନୋମାଳିନ୍ୟ ଆସିପାରେ । ଗୁରୁଜନମାନଙ୍କ ଆର୍ଶୀବାଦ ମିଳିବ । ଆର୍ଥିକ ସ୍ଥିତିରେ କ୍ରମ ସୁଧାର ଆସିବ । ଯାତ୍ରା ଅଶୁଭ ।

କର୍କଟ: କୌଣସି ସନ୍ତୋଷଜନକ କାରଣ ନଥାଇ ପରିବାର ଓ କର୍ମକ୍ଷେତ୍ରରେ ଅସ୍ତବ୍ୟସ୍ତ ରହିବେ । ଦୂର ଯାତ୍ରା ବ୍ୟୟ କାରକ ହୋଇପାରେ । ଜମି ଜମା ସମସ୍ୟା ସବୁର ସହଜ ସମାଧାନ ମିଳିବ ନାହିଁ । ଧର୍ମ କର୍ମରେ ନିଷ୍ଠା ଓ ଦ୍ରବ୍ୟ ଲାଭର ସମ୍ଭାବନା ଅଛି ।

ସିଂହ: ଥଣ୍ଡା ସର୍ଦ୍ଦି ବୃଦ୍ଧିର ଆଶଂକା ଅଛି । ପାଦ ପୀଡ଼ା ମଧ୍ୟ ସାମୟିକ ଭୋଗ ହେବ । ଗୃହରେ ଅତିଥି ଚର୍ଚ୍ଚା, ଆର୍ଥିକ ସ୍ୱଚ୍ଛଳତା, ଉଦ୍ୟମ ସଫଳ ଓ ଆହାର ବିହାରରେ ନିୟମିତ ହୋଇପାରିବେ । ପଡ଼ା ପଡ଼ୋଶୀଙ୍କ ଶତ୍ରୁତା ଲାଗି ରହିବ ।

କନ୍ୟା: କର୍ମ କ୍ଷେତ୍ରରେ ସ୍ଥିତି ଅବ୍ୟବସ୍ଥିତ ରହିବ । ଉଚ୍ଚ କର୍ତ୍ତୃପକ୍ଷ ବିରୋଧରେ ଯିବେ । ପାରିବାରିକ କ୍ଷେତ୍ରରେ ଅସନ୍ତୋଷ ଓ ଅର୍ଥକ୍ଷୟର ସମ୍ଭାବନା ଅଛି । ଆହାର ବିଶ୍ରାମ ଅନିୟମିତ ହେବ । ଦେବ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ସମ୍ମାନ ମିଳିବ ।

ତୁଳା: ସ୍ଥିର ବିଚାରରେ କାର୍ଯ୍ୟାରମ୍ଭ କରି ସଫଳତା ପାଇବେ । ଦେହପୀଡ଼ାରୁ ମୁକ୍ତ ହେବା କଷ୍ଟକର ହେବ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ଗୁରୁଦେବତା ଭକ୍ତି ସନ୍ତାନସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ଯାନବାହାନ ସୁଖ ଲାଭ ଯୋଗ ।

ବିଛା: ଅଶାନ୍ତି ଅସନ୍ତୋଷ ମଧ୍ୟରେ ଦିନଟି ଅତିବାହିତ କରିବେ । ଦୂରଯାତ୍ରାରେ ବ୍ୟୟ କିମ୍ବା ଅସଫଳତା ଆସିପାରେ । ଦୂର ସଂପର୍କୀୟମାନେ ସହଯୋଗୀ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟର ସୁଯୋଗ ଲାଭ ଓ ଧର୍ମାନୁଷ୍ଠାନ ସହ ସଂପୃକ୍ତି ବଢିବ ।

ଧନୁ: ମନୋବଳର ଆଧିକ୍ୟ ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଦେହ ମଧ୍ୟ ସୁସ୍ଥ ରହିବ । ନୂତନ ଯୋଜନା ପ୍ରସ୍ତୁତି, ଶୁଭ କର୍ମରେ ଅଂଶ ଗ୍ରହଣ, ଆର୍ଶୀବାଦ ଲାଭ, ଭୋଗ ବିଳାସ ଦ୍ରବ୍ୟ କ୍ରୟ କରିବେ । ବନ୍ଧୁ ବର୍ଗରୁ ଅସହଯୋଗ ମିଳିପାରେ ।

ମକର: ଗଠନ ମୂଳକ ଯୋଜନା ମାନ ଅଧାରେ ଅଟକି ଯିବାର ଆଶଂକା ଅଛି । କର୍ମକ୍ଷେତ୍ରରେ ସ୍ୱକୀୟ ଦକ୍ଷତା ପ୍ରମାଣ କରିପାରିବେ । ପରିବାରରେ ସୁଖ ସନ୍ତୋଷ ମିଳିବ । ସ୍ୱାର୍ଥ ସର୍ବସ୍ୱ ବନ୍ଧୁ ବାନ୍ଧବଙ୍କ ପାଇଁ ମନସ୍ତାପ ଆସିପାରେ ।

କୁମ୍ଭ: କଲ୍ୟାଣଚନ୍ଦ୍ର ଭୋଗ ହେତୁ ଦିନଟି ମଙ୍ଗଳ ପ୍ରବାୟକ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ଉଠେଇବାକୁ ପଡ଼ିପାରେ । ପରିବାର ପରିଜନରେ ଆତ୍ମସନ୍ତୋଷ ମିଳିବ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା ଓ ଆସ୍ଥା ବଢିବ ।

ମୀନ: ଘାତଚନ୍ଦ୍ର ଭୋଗ  ଦିନସାରା ରହିବ । କର୍ତ୍ତବ୍ୟ କର୍ମରେ ନିଷ୍ଠା, ସାଙ୍ଗଠନିକ ଦକ୍ଷତା ବୃଦ୍ଧି, ଅର୍ଥ ଅପଚୟ, ବନ୍ଧୁ ବର୍ଗରେ ଅପ୍ରିୟ, ଦେବା ଦେବୀ କାର୍ଯ୍ୟରେ ଏକନିଷ୍ଠ ହେବେ । ଉଚ୍ଚ ମାନ୍ୟତା ଭାବ ତଥା ସଂସ୍କୃତି ସଂପନ୍ନ ହେବେ ।

Leave A Reply

Your email address will not be published.

ବ୍ରେକିଂ