ରବିବାର ରାଶିଫଳ

ମେଷ: ବିଚାର ଓ କାର୍ଯ୍ୟର ଧାରା ପରିବର୍ତ୍ତନ କରିପାରିଲେ ସଫଳତା ମିଳିବ । ଗୃହ ନିର୍ମାଣାଦି କର୍ମରେ ଅହେତୁକ ବିଳମ୍ବ ଆସିବ । କର୍ମ କ୍ଷେତ୍ରରେ ପ୍ରେରଣା, ପାରିବାରିକ ଆନନ୍ଦ, ସାମାଜିକ କ୍ଷେତ୍ରରେ ପ୍ରଶଂସା ଓ ରାଜନୀତିରେ କ୍ଷମତା ବଢିବ ।

ବୃଷ: ଲକ୍ଷ୍ୟ ସଫଳ କରିବା ପାଇଁ ଦିନଟି ଶୁଭ । ମାଙ୍ଗଳିକ କର୍ମ ସଂପାଦନ, ନେତୃତ୍ୱ ପ୍ରତିଷ୍ଠା, ବ୍ୟବସାୟିକ ସଫଳତା, ପରିବାର ଓ ବନ୍ଧୁବାନ୍ଧବଙ୍କ ସ୍ନେହ ଭାଜନ ହେବେ । ରକ୍ତଚାପ, ଅମ୍ଲ ଅଜୀର୍ଣ୍ଣ ଆଦି ଉଦର ପୀଡା ସାମୟିକ ଭୋଗ ହେବ ।

ମିଥୁନ: ବନ୍ଧୁ ପରିଜନରେ ଅପ୍ରିୟତା ବଢିବ । କର୍ମ କ୍ଷେତ୍ରରେ ପ୍ରତିରୋଧ ଆସିବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଲାଭ, ଆର୍ଥିକ ଉନ୍ନତି ସହିତ ସଦ ବିନିଯୋଗ ମଧ୍ୟ କରି ପାରିବେ । ଦେହ ସାମାନ୍ୟ ଅସୁସ୍ଥ ରହିବ । ଯାତ୍ରା ସଫଳତା ମିଳିପାରେ ।

କର୍କଟ: ଦିନର ପ୍ରଥମାର୍ଦ୍ଧଟି ଶୁଭ । ପାରସ୍ପରିକ ସହଯୋଗ ଓ ବୁଝାମଣା ମିଳିବ । ମନରେ ଥିବା ଉଦାସ ଭାବ ବହୁ ପରିମାଣରେ ଉଣା ହେବ । ପରିବାରରେ ସୁଖ, କର୍ମ କ୍ଷେତ୍ରରେ ସମର୍ଥନ ପାଇବେ । ଦିବା ୧ ଘ. ୧୦ମି. ଠାରୁ ଘାତଚନ୍ଦ୍ର ଭୋଗ ହେତୁ ଅଶୁଭ ।

ସିଂହ: କେତେକ ବିଶେଷ କାର୍ଯ୍ୟ ପାଇଁ ଅଧିକ ବ୍ୟୟ ହୋଇପାରେ । ପରିବାରରେ ମନାନ୍ତର, ଅସହଯୋଗ ଓ ଯୁକ୍ତିତର୍କର ସମ୍ଭାବନା ଅଛି । କର୍ମ ପ୍ରେରଣା ହ୍ରାସ ପାଇବ । ଲୋକ ସଂପର୍କରେ ଅଭିବୃଦ୍ଧି ଓ ସତ ପରାମର୍ଶ ଲାଭ କରିବେ ।

କନ୍ୟା: ଏକାଦଶ ଚନ୍ଦ୍ର ଶୁଭଫଳ ଦ୍ୟୋତକ ହେବ । ଯାନବାହନ କ୍ରୟବିକ୍ରୟରେ ଲାଭ, କର୍ମକ୍ଷେତ୍ରରେ ଶୁଭ ବୁଝାମଣା, ସ୍ୱାଧୀନତା, ପରୋପକାର, ଦୂରସଂପର୍କରୁ ସହଯୋଗ, ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ଓ ଧର୍ମାଧର୍ମରେ ନିଷ୍ଠା ବଢିବ ।

ତୁଳା: ନିଜସ୍ବ ମତାମତ କିମ୍ବା ସିଦ୍ଧାନ୍ତରେ ପରିବର୍ତ୍ତନ କ୍ଷତିକାରଣ ହୋଇପାରେ । କର୍ମ କ୍ଷେତ୍ରରେ ସଦ୍ଦିଚ୍ଛା ଓ ସହଯୋଗ ପାଇବେ । ବନ୍ଧୁ ବାନ୍ଧବରେ ଉତ୍ତମ ସଂପର୍କ, ସତ ସଂକଳ୍ପ ଭାବନା, ସନ୍ତାନ ସନ୍ତତି ସୁଖ ଓ ଗୁରୁଜନଙ୍କ ଆଶୀର୍ବାଦ ପାଇବେ ।

ବିଛା: ମୁଖ ଦନ୍ତ ପୀଡାର ଆଶଙ୍କା ଅଛି । ବନ୍ଧୁ ବାନ୍ଧବ ସଂପର୍କ ତ୍ୱରାନ୍ୱିତ ହେବ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଗୁରୁଜନେ ପ୍ରିୟ, ପରୋପକାରରେ ଆତ୍ମସନ୍ତୋଷ, କର୍ମ କ୍ଷେତ୍ରରେ ସମ୍ମାନ, ଆହାର ବିହାର ଓ ବିଶ୍ରାମ ଅନିୟମିତ ହୋଇପାରେ ।

ଧନୁ: ଦୂର ଗମନରେ କ୍ଷୟକ୍ଷତିର ସମ୍ଭାବନା ଅଧିକ । ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି କର୍ମ କ୍ଷେତ୍ରରେ ବିରୋଧ କିମ୍ବା ଭୁଲ ବୁଝାମଣା ବଢାଇବ । ଅପରାହ୍ନ ଠାରୁ ଅର୍ଥ ମିତ୍ର ଲାଭ, କର୍ତ୍ତବ୍ୟ ନିଷ୍ଠା, ମାନସିକ ସନ୍ତୋଷ ଓ ପ୍ରିୟଜନଙ୍କ ଆଦର ସମ୍ଭାଷଣ ପାଇବେ ।

ମକର: ଦିବା ୧ ଘ ୧୦ ମି. ଠାରୁ ଘାତଚନ୍ଦ୍ର ଭୋଗ ହେବ । କର୍ମ କ୍ଷେତ୍ରରେ ସମସ୍ୟା ବଢିବ । ଦ୍ରବ୍ୟନଷ୍ଟ, ଲୋକ ସଂପର୍କ ହାନୀ, ପରସ୍ପର ବିରୋଧ ଚିନ୍ତାଧାରା, ଯାନବାହନ କ୍ରୟରେ ଲାଭ, ନିର୍ମାଣରେ ଅଗ୍ରଗତି ଓ ଯାତ୍ରାରେ ଅଶୁଭ ଆସିପାରେ ।

କୁମ୍ଭ: କର୍ମ କ୍ଷେତ୍ରରେ କେତେକ ବିଶେଷ ସୁଯୋଗ ଅବହେଳା କାରଣରୁ ହାତଛଡା ହୋଇପାରେ । ଅମ୍ଳ ଅଜୀର୍ଣ୍ଣ ଆଦି ଉଦର ପୀଡା, ମୂଲ୍ୟବାନ ଦ୍ରବ୍ୟ କ୍ରୟ, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି, ପାରିବାରିକ ସୁଖ ସନ୍ତୋଷ, ସଜ୍ଜନ ସଙ୍ଗ ଲାଭ କରିବେ ।

ମୀନ: ବନ୍ଧୁବାନ୍ଧବଙ୍କ ପାଇଁ ପରିବାରରେ ଅଶାନ୍ତି ଆସିପାରେ । କର୍ମ କ୍ଷେତ୍ରରେ ସଂସ୍କାର ମୂଳକ ପରିବର୍ତ୍ତନ ଆଣି ପାରିବେ । ଦୂରଯାତ୍ରା ଶୁଭଙ୍କର ହେବ । ପ୍ରତିଯୋଗିତାଳୟ, ସୀମା ସମସ୍ୟା ସମାଧାନ, ଦେବ ଆରାଧ୍ୟନା ଓ ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ।

Leave A Reply

Your email address will not be published.

ବ୍ରେକିଂ