ରବିବାର ରାଶିଫଳ

ମେଷ: ବନ୍ଧୁ ପରିଜନଙ୍କ ମେଳରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିବେ । ମୁଖ ଦନ୍ତ ପୀଡାର ଆଶଙ୍କା ଅଛି । ବୈଷୟିକ ଦିଗରେ ଅଭିବୃଦ୍ଧ଄, ଶତ୍ରୁ ବିଜୟ, ଭଜନ-ପୂଜନରେ ନିଷ୍ଠା, ପ୍ରଶସ୍ତ ଆୟ  ଓ ଶୁଭ କର୍ମରେ ସଫଳତା ପାଇବେ ।

ବୃଷ: ମନରେ ଉଚ୍ଚ ମନ୍ୟତା ଭାବ ରହିବ । ପରୋପକାର କରି ଆତ୍ମସନ୍ତୋଷ ପାଇବେ । କର୍ମ କ୍ଷେତ୍ରରେ ଉତ୍ସାହ, ନିଜସ୍ୱ ପ୍ରତିଭାର ବିକାଶ, ଦୂରାଗମନରେ ସଫଳତା ଓ ଜୀବନଚର୍ଯ୍ୟାରେ ସଠିକ ପରିବର୍ତ୍ତନ କରିବେ । ଶ୍ୱାସକାଶ ପୀଡାର ଆଶଙ୍କା ଅଛି ।

ମିଥୁନ: ଘାତଚନ୍ଦ୍ର ଭୋଗ ହେତୁ ସମୟ ଅଶୁଭ । ସ୍ୱାସ୍ଥ୍ୟ ଦିଗରୁ ଚିନ୍ତିତ ରହିବେ । ପରିଶ୍ରମ ବଢିବ । ଉପଯୁକ୍ତ ପାରିଶ୍ରମିକ ବା ପ୍ରଶଂସା ନ ମିଳିପାରେ । ଯାନବାହାନରେ ଆକସ୍ମିକ ବ୍ୟୟ ଆସିବ । ଅଧ୍ୟୟନ କ୍ଷେତ୍ରରେ ସଫଳତା ଓ ବାଣିଜ୍ୟରେ କ୍ଷତିଯୋଗ ।

କର୍କଟ: ଶରୀର ପୀଡା ଭୋଗ କାରଣରୁ କର୍ମ ସଂପାଦନରେ ପ୍ରତିବନ୍ଧକ ସୃଷ୍ଟି ହେବ । ବହୁତ ସମୟ ଦୋଦୁଲ୍ୟମାନ ସ୍ଥ଄ତିରେ ରହିବେ । ବନ୍ଧୁ ଶ୍ରେଣୀର ଲୋକେ ବିରୋଧୀ ହୋଇପାରନ୍ତି । ପରିବାରରେ ସ୍ନେହ ସଦ୍ଦିଚ୍ଛା, ରାଜନୀତିରେ ପ୍ରତିଷ୍ଠା ପାଇବେ ।

ସିଂହ: ଦିନଟି ଗତାନୁଗତିକ ସ୍ଥ଄ତିରେ ଅତିବାହିତ ହେବ । ଦେହ ପୂର୍ବାପେକ୍ଷା ସୁସ୍ଥ ରହିବ । ଲୋକ ସଂପର୍କ ବଢିବ । କଲ୍ୟାଣକର କାର୍ଯ୍ୟରେ ମନୋନିବେଶ କରିବେ । ଉଚ୍ଚ ବର୍ଗରୁ ସତ ପରାମର୍ଶ ପାଇବେ । ଧାତୁ ଦ୍ରବ୍ୟାଦି ପ୍ରାପ୍ତିର ସମ୍ଭାବନା ଅଧିକ ।

କନ୍ୟା: ରୋଗ ଆଉ ଶତ୍ରୁ ଉଭୟ ବଢିବେ । ପୂର୍ବର ବିବାଦୀୟ ଘଟଣା ନିଜ ଉପରକୁ ଆସିପାରେ । ବ୍ୟବସାୟିକ ଦିଗଟି ପ୍ରଶସ୍ତ ରହିବ । ପାରିବାରିକ ସ୍ନେହ ସଦ୍ଦିଚ୍ଛା ପାଇବେ । ଉଚ୍ଚ କର୍ମକର୍ତ୍ତାଙ୍କ ବିରୋଧ, ରାଜନୀତିରେ ଅଭିଳାଷ ପୂରଣ ହେବ ।

ତୁଳା: ଦେହ ସୁସ୍ଥ ରହିବ । ମନରେ କ୍ଳାନ୍ତି ଅବସାଦ ଆସିବ । ପାରିବାରିକ କ୍ଷେତ୍ରରେ ଅବହେଳିତ ହେବେ । ରାଜନୀତିରେ ନେତୃତ୍ବ ଲାଭ, ଆଧ୍ୟାତ୍ମିକ ଅନୁଚିନ୍ତନ, ପ୍ରେରଣା ନୂତନ ଦ୍ରବ୍ୟ କ୍ରୟ, ସନ୍ତାନ ସନ୍ତତିଙ୍କ ପାଇଁ ଆଶ୍ବସ୍ତି ଓ ଯାତ୍ରା ଶୁଭର ସମ୍ଭାବନା ।

ବିଛା: ବ୍ୟବସାୟିକ କ୍ଷେତ୍ରରେ ଖୁବ ପରିଶ୍ରମ କରିବେ । ଲକ୍ଷ୍ୟ ସ୍ଥଳ ପାଖେଇବ । ଦେହର ସୁସ୍ଥତା ନିଜର ଜୀବନ ଶୈଳୀ ଉପରେ ନିର୍ଭର କରୁଛି । ପ୍ରତିଯୋଗିତା ଜୟ, ବ୍ରତ ଉପବାସରେ ନିଷ୍ଠା, ପିତୃମାତୃ ସୁଖକାରକ । ଭ୍ରମଣର ସୁଯୋଗ ଲାଭ ହେବ ।

ଧନୁ:  କାର୍ଯ୍ୟମାନ ସଫଳ ହେବ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ । ଆଧ୍ୟାତ୍ମିକ କ୍ଷେତ୍ରରେ ଆତ୍ମସନ୍ତୋଷ ପାଇବେ । ବାଦ ବିବାଦ ଜୟ, ବିଦ୍ୟାବୁଦ୍ଧ଄ରେ ଉନ୍ନତି, ଉଦର ପୀଡା ସାମୟିକ ଭାବରେ ଆସିବ । ବନ୍ଧୁମାନେ ବିଶ୍ବସ୍ତ ହେବେ ।

ମକର: ଦୂର ସମ୍ପର୍କୀୟ ବନ୍ଧୁ ପରିଜନମାନେ ବିଶେଷ ସହଯୋଗୀ ହେବେ । କର୍ମ କ୍ଷେତ୍ରରେ ପ୍ରେରଣା, ଆର୍ଥ଄କ ଉନ୍ନତି, ନ୍ୟସ୍ତଥିବା ଦାୟିତ୍ୱ ସମ୍ପାଦନ, ଉଚ୍ଚ ଅଭିଳାଷ ପରି ପୂରଣରେ ଅଯଥା ପ୍ରତିବନ୍ଧକ ଆସିବ, ଧର୍ମରେ  ବିଶ୍ବାସ ବଢ଼ିବ ।

କୁମ୍ଭ: କଲ୍ୟାଣ ଚନ୍ଦ୍ର ଆଜି ମଧ୍ୟ ଭୋଗ ହେଉଛି, ଯାତ୍ରାରେ ସଫଳତା ମିଳିବ, କର୍ମ କ୍ଷେତ୍ରକୁ ନିଜ ଇଚ୍ଛା ଅନୁସାରେ ସଂସ୍କାରିତ କରି ପାରିବେ, ବାଣିଜ୍ୟରେ ଉନ୍ନତି, ରାଜନୀତିରେ ଆଦୃତି ଓ ଲୋକସମ୍ପର୍କ ତ୍ୱରାନ୍ବିତ ହେବ ।

ମୀନ: ନିଃଶାନ୍ତ ୫ ଘ.୨୦ ମିନିଟ ପର୍ଯ୍ୟନ୍ତ ଘାତଚନ୍ଦ୍ର, ଭୋଗ ହେବ । ପୁରାତନ ଅସୁସ୍ଥ ପୁନଃ ଆସିପାରେ । ମନୋବଳ ସଠିକ ରଖ଄ ପାରିଲେ  ସମସ୍ୟା କମ ଲାଗିବ, ଯାତ୍ରା  ଶୁଭ ନୁହେଁ,  ଆର୍ଥ଄କ ସ୍ଥ଄ତି ସୁଦୃଢ଼ ରହିବ । ପରିବାରରେ ଉତ୍ତମ ବୁଝାମଣା ରଖ଄ବେ ।

Leave A Reply

Your email address will not be published.

ବ୍ରେକିଂ