ରବିବାର ରାଶିଫଳ

ମେଷ: ପ୍ରଗତି ମୂଳକ କାର୍ଯ୍ୟରେ ଶତ୍ରୁମାନଙ୍କ ଦ୍ୱାରା ପ୍ରତିବନ୍ଧକ ଆସିବ । ବ୍ୟସ୍ତତା ବୃଦ୍ଧି ପାଇବ । ଧର୍ମ ଧାରଣା ବୃଦ୍ଧି, ଯାତ୍ରା ସଫଳ, ପ୍ରିୟ ଜନରେ ଆଦୃତି ଲାଭ କରିବେ ।

ବୃଷ: ରାତି ୧୧ ଘ ୫୫ ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ସମସ୍ୟା ସମାହିତ ହେବାରେ ବିଳମ୍ବ, ମୂଲ୍ୟବାନ ଗୃହୋପକରଣରେ ବ୍ୟୟ, ପାରିବାରିକ ଅସ୍ଥିରତା, ଉତ୍ସାହ ହାନୀ ହେବାର ଆଶଙ୍କା ଅଛି । ଶୁଭ କାର୍ଯ୍ୟରେ ନିଷ୍ଠା ଓ ଅର୍ଥାଗମର ସୁଯୋଗ ଲାଭ ମିଳିବ ।

ମିଥୁନ: ମାନସିକ ଅଶାନ୍ତି ଅସ୍ଥିରତାରୁ ମୁକ୍ତ ହେବା ସହଜ ନୁହେଁ । ଦାୟିତ୍ୱ ସଂପନ୍ନ କାର୍ଯ୍ୟ ହାତକୁ ନେଇ ସଫଳତାର ସହିତ ସଂପନ୍ନ କରିବେ । ଆହାର ବିହାର ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ପାରିବାରିକ ଖୁସି ଓ ଯାତ୍ରାରେ ଶୁଭ ହୋଇପାରେ।

କର୍କଟ: ପରିବାର ଓ ପଡୋଶୀମାନଙ୍କ ସହିତ ସୁସଂପର୍କ ରଖିବେ । ନିର୍ମାଣ କାର୍ଯ୍ୟରେ ସଫଳ ଅଗ୍ରଗତି, ବ୍ୟବସାୟରେ ଲାଭ, ବ୍ୟୟବୃଦ୍ଧି, କର୍ମ କ୍ଷେତ୍ରରେ ଯଶମାନ ପ୍ରତିଷ୍ଠା, ଦେବ କାର୍ଯ୍ୟରେ ନିଷ୍ଠା ଓ ରାଜନୀତିରେ ସଂଗଠନ ଦୃଢ କରିପାରିବେ।

ସିଂହ: ଭାତୃ ବର୍ଗରୁ ମନୋମାଳିନ୍ୟ ଆସିପାରେ୤ କର୍ମ କ୍ଷେତ୍ରରେ ଆୟହ୍ରାସ, ପରିବାରରେ ଅପ୍ରୀତିକର ପରିସ୍ଥିତି, ଦୂର ଯାତ୍ରାରେ କ୍ଷତି ଓ ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ଆଧ୍ୟତ୍ମିକ ଦିଗ ପ୍ରତି ଅଧିକ ଆସ୍ଥାବାନ ହେବେ । ରାଜନୀତିରେ ପ୍ରତିଷ୍ଠା ।

କନ୍ୟା: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭଫଳ ପ୍ରଦାୟକ ହେବ । ଦେହ ସୁସ୍ଥ ରହିବ । ଦୂର ଯାତ୍ରାରେ ସଫଳତା ମିଳିବ । ଭୂମି ସଂପର୍କୀୟ ମାମଲା ଭିତରକୁ ନ ଯିବା ହିତକର । ଗୁରୁଜନଙ୍କ ଆଶୀର୍ବାଦ ପାଇବେ । ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହେବେ ।

ତୁଳା: ବିନା କାରଣରେ ବ୍ୟୟ କରିବେ । ମନରେ ଶାନ୍ତି ସନ୍ତୋଷ ପାଇବା କଷ୍ଟକର ହୋଇପାରେ । ନିମ୍ନ ଅଙ୍ଗରେ ବ୍ୟଥା, ପରୋପକାରରେ ଆତ୍ମସନ୍ତୋଷ, ବିବାହ ଆଦି ଶୁଭ କାର୍ଯ୍ୟରେ ସକ୍ରିୟ ସହଯୋଗ ଓ ସତ ପରାମର୍ଶ ପାଇ ଉପକୃତ ହେବେ ।

ବିଛା: ଉପସ୍ଥିତ ବୁଦ୍ଧ଄ ଉପଯୋଗ କରି କେତେକ କାମକୁ ସରଳ କରିପାରିବେ । ଦେହ କ୍ରମଶଃ ସୁସ୍ଥ ହେବ । ପାରିବାରିକ ସୁଖ, ସ୍ଥିର ବିଚାର, ସ୍ବାଧୀନ ଚିନ୍ତାଧାରା, ସ୍ୱାର୍ଥ ସର୍ବସ୍ୱ, ସହନଶୀଳତା ଓ କର୍ମ କ୍ଷେତ୍ରରେ ବୁଝାମଣାର ଅଭାବ ଆସିବ ।

ଧନୁ: ଦେହ ସୁସ୍ଥ ରହିବ । ମାନସିକ ଅବସାଦରୁ ଅନେକାଂଶରେ ମୁକ୍ତ ରହିବେ । ମୂଲ୍ୟବାନ ଗୃହୋପକରଣ କ୍ରୟ କିମ୍ବା ଉପହାର ପ୍ରାପ୍ତିର ସମ୍ଭାବନା ଅଛି । ଧର୍ମ ଧାରଣା ଓ ଅନୁପ୍ରେରଣା ପାଇବେ । ପାରିବାରିକ ସୁଖସୌଭାଗ୍ୟ ମିଳିବ।

ମକର:ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । ଆମୋଦ ପ୍ରମୋଦ, ସନ୍ତାନ ସନ୍ତତି ସୁଖ ତଥା ଗୃହ ପରିବେଶରେ ଶୁଭ କାର୍ଯ୍ୟାରମ୍ଭ କରିପାରିବେ । ଅର୍ଥ ଆସିଲେ ମଧ୍ୟ ସଦ ବିନିଯୋଗ ନ ହୋଇପାରେ । ଦୂର ଯାତ୍ରାରେ କ୍ଷତିଯୋଗ ।

କୁମ୍ଭ: ଅଷ୍ଟମ ଚନ୍ଦ୍ର ରାତି ୧୧ ଘ ୫୫ମି. ପର୍ଯ୍ୟନ୍ତ ଭୋଗ ହେବ । ସମୟ ଶୁଭନୁହେଁ । ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ବିରୋଧ ଓ ନିମ୍ନ ବର୍ଗରୁ ବିଶେଷ ଅସହଯୋଗ ଆସିବ । ପରୋପକାର, ଧର୍ମଧାରଣା ବୃଦ୍ଧ଄ ଓ ଯାତ୍ରା ସ୍ଥଗିତ ରଖିବା ଭଲ ।

ମୀନ: ନିଃସଂଗତା ବୋଧ ପ୍ରାୟତଃ ମନକୁ ଆଚ୍ଛନ୍ନ କରି ରଖିବ ।  କର୍ମ କ୍ଷେତ୍ରରେ ସହଯୋଗୀ ମାନେ ଯଥା ସମ୍ଭବ ସାହାଯ୍ୟ ପ୍ରଦାନ କରିବେ। ଆର୍ଥିକ ସ୍ୱଚ୍ଛଳତା, ପରିବାରରେ ଖୁସି, ବିଳାସ ଦ୍ରବ୍ୟ କ୍ରୟ ଓ ଧର୍ମୀୟ ଅନୁଷ୍ଠାନ ସହ ସୁସଂପର୍କ ରହିବ ।

Leave A Reply

Your email address will not be published.

ବ୍ରେକିଂ