ରବିବାର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା

ମେଷ: ଯୋଜନା ବଦ୍ଧ ଭାବରେ କାମ କରିବେ ଓ ସଫଳତା ପାଇବେ । ମାନସିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ଆତ୍ମ ସନ୍ତୋଷ, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସଂପର୍କ, ଯାତ୍ରାଶୁଭ, ଶତ୍ରୁ ବିଜୟ, ଉଦର ପୀଡା ଓ ରକ୍ତ ପ୍ରଦୂଷଣ ସମସ୍ୟା ବଢିବ ।

ବୃଷ: ଆଲୋଚନା ପର୍ଯ୍ୟାଲୋଚନା କରି ନିଷ୍ପତ୍ତି ଗ୍ରହଣ କରିବେ । ପ୍ରିୟ ପରିଜନଙ୍କ ସହଯୋଗ ପାଇବେ । ଭୂମି ସମସ୍ୟାର ସମାଧାନ, ସତ କାର୍ଯ୍ୟରେ ଆଗ୍ରହ, ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ଓ କର୍ମ କ୍ଷେତ୍ରରେ ନିଜସ୍ୱତା ବଜାୟ ରଖିବେ ।

ମିଥୁନ: ଦୈହିକ କ୍ଲାନ୍ତି ଅବସାଦ ପ୍ରାୟତଃ ଭୋଗ ହେବ । ବିନା କାରଣରେ ମାନସିକ ଅଶାନ୍ତି ଆସିପାରେ । କର୍ମ କ୍ଷେତ୍ରରେ ବିରୋଧୀ ଲୋକ ବଢିବେ । ସ୍ଥିର ସିଦ୍ଧାନ୍ତ ନେବା କଷ୍ଟକର ହେବ । ଦେବାଦେବୀ କାର୍ଯ୍ୟରେ ନିଷ୍ଠା ଓ ଆନ୍ତରିକତା ରହିବ ।

କର୍କଟ: କେତେକ ବିଶେଷ କାର୍ଯ୍ୟରେ ସଫଳତା ମିଳିବ । କର୍ମ କ୍ଷେତ୍ରରେ ଉତ୍ସାହ, ପରିବାରରେ  ସସ୍ନେହ ସ୍ଥିତି, ନିର୍ମାଣ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି, ଉଦର କ୍ଲେଶ, ଭାତୃ ବର୍ଗରୁ ସହଯୋଗ ଓ ରାଜନୈତିକ କ୍ଷେତ୍ରରେ ସମ୍ମାନ ପାଇବେ।

ସିଂହ: ଅଯଥା ଝମେଲାରେ ମୁଣ୍ଡ ପୁରେଇବେ, ମାନସିକ ଅଶାନ୍ତି ବଢେଇବେ । ବନ୍ଧୁ ପରିଜନଙ୍କ ଠାରୁ ଅସଯୋଗ ମିଳିପାରେ । ନିମ୍ନ ଅଙ୍ଗରେ ପୀଡା ଭୋଗ ହେବ । ନିର୍ମାଣ କାର୍ଯ୍ୟରେ ବ୍ୟୟ, ପ୍ରାପ୍ୟ ମିଳିବାରେ ପ୍ରତିବନ୍ଧକ ଓ ଯାତ୍ରା ଅଶୁଭ ।

କନ୍ୟା: କଲ୍ୟାଣ ଚନ୍ଦ୍ର ଭୋଗ ହେବ ସାରାଦିନ । କର୍ମ କ୍ଷେତ୍ରରେ ଆଶାବାଦୀ ହେବେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ । ପରିବାରରେ ସାମୟିକ ମତାନ୍ତର ଆସିପାରେ । ସ୍ୱଚ୍ଛଳ ଆର୍ଥିକ ସ୍ଥିତି ଓ ରାଜନୀତିରେ ନିରାପଦ ସ୍ଥାନ ସ୍ଥିତି ମିଳିବ ।

ତୁଳା: ମାନସିକ ଅଶାନ୍ତି ଅସନ୍ତୋଷ ମଧ୍ୟରେ ଦିନଟି ଅତିବାହିତ କରିବ । ଦ୍ରବ୍ୟନଷ୍ଟ, ଦେହପୀଡା, ଆତ୍ମିୟ ସ୍ୱଜନରୁ ବିରୋଧ ଓ କାର୍ଯ୍ୟ ଉପଲକ୍ଷେ ଅଧିକ ବ୍ୟୟ ବରାଦ ଆସିବ । ଧର୍ମ ଧାରଣାରେ ଆତ୍ମ ସନ୍ତୋଷ ପାଇବେ । ବାଣିଜ୍ୟରେ ସମୃଦ୍ଧି ଯୋଗ ।

ବିଛା: କର୍ମ କ୍ଷେତ୍ରରେ ପରିସର ବଢାଇବାରେ ସକ୍ଷମ ହେବେ । ଆୟ ଅପରିବର୍ତ୍ତିତ ରହିବ । ପାରିବାରିକ ସନ୍ତୋଷ, ଯାତ୍ରା ଶୁଭ, ଦ୍ରବ୍ୟଲାଭ, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ଓ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି ହୋଇପାରେ। ଶ୍ଳେଷ୍ମା କିମ୍ବା ଗଣ୍ଠିବ୍ୟଥାର ଅଶଙ୍କା ଅଛି ।

ଧନୁ: ସୁଚିନ୍ତିତ ଯୋଜନା ଗୁଡିକର ସଫଳ ଉପଯୋଗ କରିପାରିବେ । ଶ୍ରୀ ବଢିବ । ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ଅନାୟାସରେ କାର୍ଯ୍ୟ ସାଧନ, ବନ୍ଧୁ ସହଯୋଗ ଓ କର୍ମ କ୍ଷେତ୍ରରେ ଉତ୍ସାହହାନୀର ସମ୍ଭାବନା ଅଛି । ରାଜନୀତିରେ ଅପନିନ୍ଦା ଯୋଗ ।

ମକର: ଶୁଭାଶୁଭ ମିଶ୍ରିତ ଫଳ ଦାୟକ ର ଦିନଟିଏ । ଲୋକ ସଂପର୍କ ବଢିବ । ଉନ୍ନତି ମୂଳକ କାର୍ଯ୍ୟାରମ୍ଭ କରି ପାରିବେ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠାବାନ ହେବେ। ଅର୍ଥ ଦେଣ ନେଣରେ ସତର୍କତା ଜରୁରୀ। ଦୂର ଗମନରେ କ୍ଷତିଯୋଗ ।

କୁମ୍ଭ: ଦେହ ଓ ମନ ଉଭୟରେ ସୁସ୍ଥ ରହିବେ ନାହିଁ । ପରିବାର ପରିଜନଙ୍କଠାରୁ ଅସହଯୋଗ ମିଳିବ । ନୂତନ ଯୋଜନା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିବ । ଧର୍ମ ଧାରଣା ବୃଦ୍ଧି, ବ୍ୟବସାୟ ବାଣିଜ୍ୟରେ ଉନ୍ନତି ଓ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

ମୀନ: ଆର୍ଥିକ ସ୍ୱଚ୍ଛଳ ବଜାୟ ରହିବ । କ୍ଷୟକ୍ଷତି ଭରଣା କରିପାରିବେ। କର୍ମ କ୍ଷେତ୍ରରେ ସହଯୋଗ, ମାନସିକ ପ୍ରଶାନ୍ତି, ନୂତନ ଉଦ୍ୟୋଗରେ ସଫଳତା, ବିବାଦ ଜୟ ଓ ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ ବଢିବ । ଦୂର ଯାତ୍ରାରେ ଶୁଭ ସୂଚନା ।

Leave A Reply

Your email address will not be published.

ବ୍ରେକିଂ