ପଂଜାବକୁ ୯ ଓ୍ବିକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୧୪ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୯ ଓ୍ବିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ନିଜର ପ୍ରଥମ ବିଜୟ ହାସଲ କରିଛି ।

ପଂଜାବ ଦେଇଥିବା ୧୨୧ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ଦଳ ୧୮.୪ ଓଭରରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୩୭, ଜନି ବେୟାରଷ୍ଟୋ ୬୩ ଓ କେନ ଓ୍ବିଲିୟମସନ ୧୬ ରନ କରିଥିଲେ ।

ପ୍ରଥମେ ଟସ ଜିତି ପଂଜାବ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଦଳ ୧୯.୪ ଓଭରରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମ୍ମଦ ୩ଟି, ଅଭିଷେକ ଶର୍ମା ୨ଟି ତଥା ଭୁବନେଶ୍ବର କୁମାର, ସିଦ୍ଧାର୍ଥ କୌଲ ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ