ପେଗାସସ୍ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର କମିଟି ଗଠନ ହେବ

ନୂଆଦିଲ୍ଲୀ: ପେଗାସସ୍‌ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ପେଗାସସ୍ ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବିସ୍ତୃତ ନିର୍ଦ୍ଦେଶନାମା ଆସନ୍ତା ସପ୍ତାହରେ ପ୍ରକାଶ ପାଇବ।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି,  ଏହାର ତଦନ୍ତ ପାଇଁ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରାଯିବ । କିଛି ବିଶେଷଜ୍ଞ ବ୍ୟକ୍ତିଗତ କାରଣରୁ କମିଟିରେ ଯୋଗଦେବାକୁ ସେମାନଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି। ଏହି କାରଣରୁ ନିର୍ଦ୍ଦେଶନାମା ଦେବାରେ ବିଳମ୍ବ ହେଉଛି । ଆମେ ଆସନ୍ତା ସପ୍ତାହ ସୁଦ୍ଧା ତଦନ୍ତ ପାଇଁ ଗଠନ ହେବାକୁ ଥିବା ବୈଷୟିକ ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହାପରେ ବିସ୍ତୃତ ରାୟ ପ୍ରକାଶ ପାଇବ।

 

Leave A Reply

Your email address will not be published.

ବ୍ରେକିଂ