ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ଦେହାନ୍ତ

ମୁମ୍ବାଇ:  ତିନି ତିନି ଥର ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଦେହାନ୍ତ ହୋଇଛି। ୭୫ ବର୍ଷ ବୟସରେ ସୁରେଖା ସିକ୍ରିଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଏହି ଲୋକପ୍ରିୟ ଅଭିନେତ୍ରୀ  ଅସୁସ୍ଥ ଥିଲେ । ଆଜି ସକାଳୁ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।  ପ୍ରସିଦ୍ଧ ସିରିଏଲ ବାଲିକା ବଧୂରେ ଦାଦି ସା ଭୂମିକାରେ ଅଭିନୟ କରିଥିବା ସୁରେଖାଙ୍କ ମୃତ୍ୟୁରେ ହିନ୍ଦୀ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି।

୨୦୧୮ରେ ତାଙ୍କୁ ପ୍ରଥମ ବ୍ରେନ୍ ଷ୍ଟ୍ରୋକ୍ ଆସିଥିଲା। ୨୦୨୦ରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ଷ୍ଟ୍ରୋକ ଆସିଥିଲା। ଏହାପରେ ସେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଇ ଗତି କରୁଥିଲେ।

ସୁରେଖା ସିକ୍ରି ଥିଏଟର, ଚଳଚ୍ଚିତ୍ର ଏବଂ ଟିଭିରେ ଅନେକ କାମ କରିଛନ୍ତି। ସେ ୧୯୭୮ ମସିହାରେ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ‘କିସା କୁର୍ସି କା’ ସହିତ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ।  ଅଭିନେତ୍ରୀଙ୍କୁ ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ଶେଷ ଥର ପାଇଁ OTT ରିଲିଜ୍ ହୋଇଥିବା ଆନ୍ଥୋଲୋଜି ଫିଲ୍ମ ‘ଘୋଷ୍ଟ ଷ୍ଟୋରୀଜ୍‌’ର ଜୋୟା ଅଖତରଙ୍କ ସେଗମେଣ୍ଟରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ